ଆଫଗାନୀ ଆତଙ୍କୀଙ୍କ ଟାର୍ଗେଟରେ ଜମ୍ମୁ-କାଶ୍ମୀର

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ଆତଙ୍କବାଦୀ ଜମ୍ମୁ କାଶ୍ମୀରରେ ପ୍ରବେଶ କରିପାରନ୍ତି ବୋଲି ପୂର୍ବାନୁମାନ କଲେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ଜମ୍ମୁ କାଶ୍ମୀରରେ ନାରଗରିକଙ୍କୁ ଟାର୍ଗେଟ କରି ହତ୍ୟା ଘଟଣା ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ସହ କିଛି ଲିଙ୍କ୍ ଅଛିର ପ୍ରଶ୍ନରେ ଏପରି ଜବାବ ରଖିଛନ୍ତି ସେନା ମୁଖ୍ୟ। ୨ ଦଶନ୍ଧି ପୂର୍ବେ କାବୁଲରେ ତାଲିବାନ କ୍ଷମତା ଦଖଲ ସମୟରେ ଏହି ପରିସ୍ଥିତି ଉପୁଜିଥିଲା ବୋଲି ନରୱାଣେ କହିଛନ୍ତି ।

ତେବେ ଭାରତ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଶାସନ ରୂପରେଖ ସ୍ଥିର ହୋଇଗଲେ ସେଠାରୁ ବିଦେଶୀ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିପାରନ୍ତି । ତେବେ ଭାରତୀୟ ସ୍ଥଳ ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ