Masthead

ଶିମିଳିପାଳର ୬୨ ଟି ସ୍ଥାନରେ ନିଆଁ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ଆଜି ମଧ୍ୟ ଶିମିଳିପାଳର ୬୨ ଟି ସ୍ଥାନରେ ନିଆଁ ଲାଗିଛି। ଏଠି ପ୍ରଶ୍ନ ଉଠୁଛି ଜଙ୍ଗଲରେ ନିଆଁ ଲାଗିଲା କେମିତି । କାରଣ ନା ବିଜୁଳି ମାରିଚି ନା ଆଉ କୌଣସି ପ୍ରାକୃତିକ କାରଣ ଦୃଶ୍ୟମାନ ହେଉଛି । ନିଆଁ ଲିଭାଇବା ପାଇଁ ବନ ବିଭାଗ ଅଫିସର, ତଳିଆ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ବନ ବିଭାଗ ସୂଚନା କ୍ରମେ ପାଖା ପାଖି ୨୩୦ ପିଲାଙ୍କୁ ବନ ବିଭାଗ ନିଆଁ ଲିଭାଇବା କାମରେ ନିୟୋଜିତ କରାଯାଇଛି ।

ଶିମିଳିପାଳ ଏକ ୨୭୦୦ ବର୍ଗ କିଲୋମିଟର ପାରିଧିରେ ବ୍ୟାପିଥିବା ଅଭୟାରଣ୍ୟ ଓ ଏହା ଭିତରେ ତିନୋଟି ପଞ୍ଚାୟତ ବାରେହିପଣି, ଅସ୍ତକୁଆଁର ଓ ଗୁରୁଗୁରିଆ ରହିଛି । ଅଧିକାଂଶ ଅଧିବାସୀ ଜୀବନ ଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ସେଥିପାଇଁ ପ୍ରତ୍ୟେକ ଦିନ ଜଙ୍ଗଲ ଯାଇଥାନ୍ତି। ପତ୍ର ଝଡ଼ା ସମୟରେ ଜଙ୍ଗଲ ଭିତରେ ଚଳ ପ୍ରଚଳ କରିବାକୁ ଅସୁବିଧା ହେଇଥାଏ, ତେଣୁ ସେମାନଙ୍କ ମଧ୍ୟରୁ କିଛି ଦୁର୍ବୃତ ବା ମଦୁଆ ମଧ୍ୟ ନିଆଁ ଲଗାଇଥିବା ଅନୁମାନ କରାଯାଇ ପାରେ। ଲୋକଙ୍କ ସଚେତନତାର ଅଭାବ ଓ ମଦ ପିଇବା ଆଦି ଜଙ୍ଗଲରେ ନିଆଁ ଲଗାଇଥିବାର ମୁଖ୍ୟ କାରଣ ବୋଲି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା