Masthead

ସୋନୁଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ….

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ । ନିଜର ମହନୀୟତା ପାଇଁ ସେ ବେଶ ଚର୍ଚ୍ଚାରେ ।  ମହାମାରୀ କରୋନା ସମୟରେ କରିଥିବା ସାହାଯ୍ୟ ପାଇଁ ସେ ସମସ୍ତଙ୍କ ହୃଦୟରେ ଘର କରିପାରିଛନ୍ତି । ଏବେ ସେ କରିଛନ୍ତି ଏକ ବଡ଼ ଘୋଷଣା ,ଯାହା ଶୁଶିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । କରୋନା ସମୟରେ ସେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକମାନଙ୍କୁ ଫୋରାଇ ଆଣି ସମସ୍ତଙ୍କ ମନ ଜିତିଥିଲେ।

ସୋନୁ ଏବେ ୧ ଲକ୍ଷ ବେରୋଜଗାରଙ୍କୁ ରୋଜଗାର ଦେବାକୁ ଘୋଷଣା କରିଛନ୍ତି । ଆଉ ଏଥିସହ ସେ ଏବେ ୧୦ କୋଟି ଲୋକଙ୍କର ଜୀବନ ବଦଳେଇବାକୁ ଯାଉଛନ୍ତି। ଯାହାକୁ ସେ ଟ୍ୱିଟ କରି ଜଣାଇଛନ୍ତି । ଯେଉଁଥିରେ ସେ ଏକ ଲକ୍ଷ ଲୋକଙ୍କ ପାଇଁ ଚାକିରୀର ବ୍ୟବସ୍ଥା କରିଥିବା କହିଛନ୍ତି। ଏଥିସହ ଏହି ଟ୍ୱିଟରେ କହିଛନ୍ତି ଯେ ନିଜର ଏହି କାର୍ଯ୍ୟ ଜରିଆରେ ସେ ଆସନ୍ତା ୫ବର୍ଷ ମଧ୍ୟରେ ପ୍ରାୟ ୧୦କୋଟି ଲୋକଙ୍କ ଜୀବନ ବଦଳେଇବାକୁ ଯୋଜନା କରୁଛନ୍ତି।

ସୋନୁ ସୁଦ ତାଙ୍କ ଟ୍ୱିଟରେ ଲେଖିଛନ୍ତି- ‘ନୂଆ ବର୍ଷ, ନୂଆ ଆଶା। ନୂତନ ଚାକିରିର ସୁଯୋଗ ଏବଂ ସେହି ସୁଯୋଗଗୁଡ଼ିକୁ ଆପଣଙ୍କ ନିକଟକୁ ଆଣିୁଥିବା ନୂଆ ଆମେ। ପ୍ରବାସି ଶ୍ରମିକ ଏବେ ଏବେ ଭଲ ୱାର୍କର । ଆଜି ହିଁ ଗୁଡ୍ ୱାର୍କର୍ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନିଜର ଉତ୍ତମ ଭବିଷ୍ୟତର କାମନା କରନ୍ତୁ ।

ବାସ୍ତବରେ ସୋନୁ ଦେଶର ବେକେରୀମାନଙ୍କୁ ଚାକିରୀ ଦେବା ପାଇଁ ଏକ ଆପଲିକେଶନ୍ ଲଞ୍ଚ କରିଛନ୍ତି । ଆଉ ଏହାର ନାଁ ରଖିଛନ୍ତି ‘ଗୁଡୱାର୍କ’। ଏଥିସହ ସେ ‘ ଯାହା କି ଏବେ ଟ୍ରେଣ୍ଡ କରୁଛି । ଆଗରୁ ଏଥିରେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଚାକିରୀ ଦିଆଯାଇଥିବାବେଳେ ଏବେ ୧ ଲକ୍ଷ ଲୋକଙ୍କୁ ଚାକିରୀ ଦେବାକୁ ଯାଉଛନ୍ତି ସୋନୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ