Masthead

ଏଲଆଇସି ଅଫିସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଟକ ମାଛୁଆବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ ।  କମ୍ପ୍ୟୁଟର ସହ ବହୁ ରେକର୍ଡ ପତ୍ର ଜଳିପୋଡ଼ି ପାଉଁଶ ।  ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଗ୍ନିକାଣ୍ଡ।  ସିଲିଂ ଫ୍ୟାନ ଅଧିକ ସମୟ ଧରି ଚାଲିଵାରୁ ଫ୍ୟାନ୍ ଟି ପୋଡିଯାଇଥିଲା। ଜଳନ୍ତା ଫ୍ୟାନରୁ ନିଆଁ ଅଫିସ୍ କାଗଜପତ୍ର ଉପରେ ପଡିବାରୁ ସାରା ଅଫିସରେ ନିଆଁ ବ୍ୟାପି ଯାଇଥିଲା । ନିଆଁ ଲାଗିଥିବା ଥିବା ଦେଖି ବିଲ୍ଡିଂରେ ରହୁଖିବା ଲୋକ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ ।

ଦମକଳ ବାହିନୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।  ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୧୫ମିନିଟ ଭିତରେ ଏଲଆଇସି ଅଫିସରେ ନିଆଁ ଲାଗିଥିଲା । ସିଲିଂ ଫ୍ୟାନ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିଲା । ତେବେ ଏହି ଅଗ୍ନିକାଣ୍ଡ ତଳ ମହଲାରେ ହୋଇଛି । ଉପର ମହଲାକୁ ନିଆଁ ବ୍ୟାପିବା ପୂର୍ବରୁ ନିଆଁ ଆୟତ୍ତ କରିନେଇଥିବା ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡ ଘଟଣାରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହିତ ପୋଡ଼ି ନଷ୍ଟ  କିଛି କଂପ୍ୟୁଟର ଓ ଆସବାବପତ୍ର ପୋଡ଼ି ନଷ୍ଟ  ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ