Masthead

ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ତାମିଲନାଡୁ ରାଜନୀତିରୁ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ବୁଧବାର ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିଛନ୍ତି । ନୂଆ ସରକାରର ସ୍ଥିରତା ପରଖିବା ପାଇଁ ଆୟୋଜିତ ଏହି ‘ଫ୍ଲୋର୍ ଟେଷ୍ଟ’ ବା ଆସ୍ଥା ଭୋଟ୍‌ରେ ବିଜୟଙ୍କ ଟିଭିକେ ସରକାର ସହଜରେ ବିଜୟୀ ହୋଇଛନ୍ତି । ଏହି ସଫଳତା ସହ ରାଜ୍ୟରେ ବିଜୟଙ୍କ ଶାସନ ଗାଦି ଏବେ ସଂପୂର୍ଣ୍ଣ ସୁରକ୍ଷିତ ହୋଇଯାଇଛି ।

ବିଧାନସଭାରେ ହୋଇଥିବା ଭୋଟିଂ ପ୍ରକ୍ରିୟାରେ ସମୁଦାୟ ୧୭୧ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଫଳାଫଳ ଅନୁଯାୟୀ, ୧୪୪ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସମର୍ଥନ କରି ସରକାରଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ମାତ୍ର ୨୨ ଜଣ ସଦସ୍ୟ ବିଶ୍ୱାସ ପ୍ରସ୍ତାବ ବିରୋଧରେ ମତଦାନ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମୟରେ ୫ ଜଣ ସଦସ୍ୟ ଗୃହରେ ଅନୁପସ୍ଥିତ ରହିଥିଲେ । ଏହି ବିପୁଳ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛି ଯେ, ବିଜୟଙ୍କ ନେତୃତ୍ୱ ପ୍ରତି ମେଣ୍ଟର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ଆସ୍ଥା ରହିଛି ।

ବହୁମତ ପାଇଁ ଭୋଟିଂ ଚାଲିଥିବାବେଳେ ତାମିଲନାଡ଼ୁ ବିଧାନସଭାରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଥିଲା। ୪ ପିଏମ୍‌କେ ଓ ଜଣେ ବିଜେପି ବିଧାୟକ ଭୋଟ ଦେଇନଥିଲେ ଓ ଡିଏମ୍‌କେ କକ୍ଷତ୍ୟାଗ କରିଥିଲା । କଂଗ୍ରେସ, ବାମ ଦଳ, ଭିସିକେ, ଆଇୟୁଏମ୍‌ଏଲ୍‌, ଏଏମ୍‌ଏମ୍‌‌କେ ବିଜୟଙ୍କୁ ସମର୍ଥନ କରିଥିଲେ। ଇଣ୍ଡିଆନ୍‌ ୟୁନିଅନ୍‌ ମୁସଲିମ୍‌ ଲିଗ୍‌ ଓ ସିପିଆଇ ଉଭୟଙ୍କର ଦୁଇଜଣ ଲେଖାଏଁ ବିଧାୟକ ଅଛନ୍ତି । ଅମ୍ମା ମକ୍କାଲ ମୁନେତ୍ରା କାଝାଗମ୍‌ (ଏଏମ୍‌ଏମ୍‌କେ) ର ଜଣେ ମାତ୍ର ବିଧାୟକ ବିଜୟଙ୍କୁ ସମର୍ଥନ କରିଥିବାରୁ ଦଳରୁ ବହିଷ୍କାର ହୋଇଛନ୍ତି।

ଭିସିକେ ଓ ସିପିଆଇଏମ୍‌ ଉଭୟଙ୍କର ଦୁଇଜଣ ଲେଖାଏଁ ବିଧାୟକ ଅଛନ୍ତି ଓ ଉଭୟ ଟିଭିକେକୁ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ଟିଭିକେ ପାଇଁ ରହିଥିବାରୁ ବିଜୟଙ୍କ ଦଳ ସହଜରେ ବହୁମତ ପ୍ରମାଣିତ କରିପାରିଛି। ତାମିଲନାଡ଼ୁ ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୩୪ ଥିବାବେଳେ ବହୁମତ ପ୍ରମାଣ କରିବାକୁ ଟିଭିକେକୁ ୧୧୮ଟି ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ୧୪୪ ବିଧାୟକଙ୍କ ସମର୍ଥନ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା