Masthead

ପ୍ରଶାସନର ଅଗୋଚରରେ ପାଟଣାଗଡ଼ ସହରରେ ଲାଗିଛି ସିସିଟିଭି

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ସିସିଟିଭି ନଜରରେ ପୁରା ପାଟଣାଗଡ ସହର। ଅପରାଧ ଓ ଅପରାଧୀଙ୍କ ଗତିବିଧିକୁ ଲକ୍ଷ୍ୟ କରିବାପାଇଁ ଲାଗିଛି କି ସିସିଟିଭି । ସହରର ସୁରକ୍ଷାରେ ନିୟୋଜିତ ଥିବା ସରକାରୀ ସଂସ୍ଥା ଅଗୋଚରରେ ଏହି ସିସିଟିଭି ଗୁଡ଼ିକ ଲାଗିଛି ବୋଲି ଆଲୋଚନା ହେଉଛି । ସହର ଭିତରେ କିଏ ଏହି ସିସି ଟିଭି ଗୁଡ଼ିକୁ ଲଗାଇଛି ଆଉ କାହିଁକି ଲଗାଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ପୁରା ପାଟଣାଗଡ ସହରକୁ ଜଗିଛି ସିସିଟିଭି। ଅପରାଧ ଓ ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ରହିଛି। ସହରର ସବୁ ପ୍ରବେଶ ପଥ ସହ ବଥର୍ଲା ଛକ, ପର୍ଶୁରାମ ଛକ, କଲେଜ ଛକ, ଏନଏସି ଛକ, ରାମଜୀ ଛକ ଏବଂ ମୁଖ୍ୟ ମାର୍କେଟ ସିସିଟିଭି ନଜରରେ ରହିଛି। କିନ୍ତୁ ସହରରେ କିଏ ସିସିଟିଭି ଲଗାଇଛି ତାର ଉତ୍ତର କାହାରି ପାଖରେ ନାହିଁ। ପୋଲିସ କହୁଛି ଏନଏସି ନିୟନ୍ତ୍ରଣରେ ଅଛି ସିସିଟିଭି। ସେପଟେ କିନ୍ତୁ ଏହାକୁ ସିଧାସଳଖ ମନା କରିଛନ୍ତି ଏନ୍ଏସି ଅଧିକାରୀ । ଏହାର ପାସୱାର୍ଡ ନଥିବା ସହ ସିସିଟିଭି ଲଗାଇବା ପାଇଁ କାଗଜପତ୍ର ବି ପ୍ରସ୍ତୁତ କରାଯାଇନଥିବା ସେ କହିଛନ୍ତି । ଏପଟେ ସହରରେ ସିସିଟିଭି ନେଇ ସହରବାସୀଙ୍କ ମଧ୍ୟରେ ଭାଳେଣି। ପୋଲିସ, ଏନଏସି ବ୍ୟତୀତ ଆଉ କିଏ, କେଉଁ ଉଦେ୍ଦଶ୍ୟରେ ଲଗାଇଛି ସିସିଟିଭି। ଅପରାଧ ନିୟନ୍ତ୍ରଣ ନା ଅପରାଧିକ କାର୍ୟ୍ୟକଳାପକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ କେହି ସିସିଟିଭି ଲଗାଇଛି ତାହା ତଦନ୍ତ ସାପେକ୍ଷ । ଏଠି ପ୍ରଶ୍ନ ଉଠୁଛି, ପୋଲିସ ଓ ଏନଏସି କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସହରରେ କେମିତି ଲାଗିଲା ସିସିଟିଭି ଆଉ କିଏ ଲଗାଇଲା ଏହି ସିସିଟିଭି। ଲୋକଙ୍କୁ ସୁରକ୍ଷା ଯୋଗାଇବା ବାହାନାରେ ଅପରାଧିକ କାର୍ୟ୍ୟକଳାପକୁ ପ୍ରୋତ୍ସାହିତ କରୁ ନାହାନ୍ତି ତ କିଛି ଆପରାଧିକ ତତ୍ୱ! ସହରରେ ଚର୍ଚ୍ଚା, ଜଣେ ଟାଣୁଆ ନେତାଙ୍କ ହାତରେ ସିସିଟିଭି ପାସୱାର୍ଡ । କିଏସେ ?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ