ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇରାନ-ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ଖାଉଟିଙ୍କୁ ମହଙ୍ଗା ମାଡ଼ । ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩ ଟଙ୍କା ବୃଦ୍ଧି ଡିଜେଲ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି । CNG ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି ହୋଇଛି । ତୈଳ ମୂଲ୍ୟରେ ଏହି ବୃଦ୍ଧି ବିଶ୍ୱ ରାଜନୈତିକ ପରିସ୍ଥିତିର ସିଧାସଳଖ ଫଳାଫଳ ଏବଂ ଏହା ଭାରତର ଅର୍ଥନୀତି ଉପରେ ଚାପ ମଧ୍ୟ ବୃଦ୍ଧି କରିପାରେ ।
ନୂତନ ତେଲ ଦର ବୃଦ୍ଧି ପରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ନିୟମିତ ପେଟ୍ରୋଲର ମୂଲ୍ୟ ୯୭.୭୭ ଟଙ୍କାରେ ପହଞ୍ଚିଛି । ଡିଜେଲ ୯୦.୬୭ ଟଙ୍କାରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରେର ପେଟ୍ରୋଲ ଦର ୧୦୪ ଟଙ୍କା ରହିଛି । ଭୁବନେଶ୍ବରରେ ପେଟ୍ରୋଲ ୧୦୪ ଟଙ୍କା ପାର ହୋଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ପାର୍ ହୋଇଛି। ସେହିଭଳି କୋଲକାତାରେ ପେଟ୍ରୋଲ ୧୦୮.୭୪ ଟଙ୍କା, ମୁମ୍ବାଇରେ ୧୦୬.୬୮ଟଙ୍କା, ଚେନ୍ନାଇରେ ୧୦୩.୬୭ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର। ଏବଂ ଡିଜେଲ୍ ଦର କୋଲକାତାରେ ୯୫.୧୩, ମୁମ୍ବାଇରେ ୯୩.୧୪, ଚେନ୍ନାଇରେ ୯୫.୨୫ ଟଙ୍କାରେ ପହଞ୍ଚିଛି।
ସେପଟେ ପେଟ୍ରୋଲ ପମ୍ପରେ ରାତି ଅଧ ପର୍ଯ୍ୟନ୍ତ ଭିଡ଼ । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀର ଅଧିକାଂଶ ପେଟ୍ରୋଲ ପମ୍ପରେ ଭିଡ଼ । ନିଜ ନିଜ ଗାଡିରେ ପେଟ୍ରୋଲ ପକାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଲୋକେ । ଗୋଟେ ପଟେ ସରକାର ତେଲର ଅଭାବ ନଥିବା କଥା କହୁଛନ୍ତି । ଅନ୍ୟପଟେ ତେଲ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇଛି ଆମ ବସ୍ । ଗତ ରାତି ପ୍ରାୟ ୧୨ଟା ବେଳେ ଭୁବନେଶ୍ବର ସିଆରପି ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଡିୟୁଟି ଆୱାର ପରେ ବିଳମ୍ବିତ ରାତି ଯାଏଁ ଆମ ବସକୁ ରାସ୍ତା କଡ଼ରେ ରଖି ତେଲ ପାଇଁ ଅପେକ୍ଷା କରିଥିଲେ ଡ୍ରାଇଭର ।
