କେରଳମ (ବଡ଼ ଖବର ବ୍ୟୁରୋ): ୧୦ ଦିନର ଛକାପଞ୍ଝା ଶେଷରେ ସମାପ୍ତ ହୋଇଛି । କେରଳମର କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ କଂଗ୍ରେସରେ ଲାଗି ରହିଥିଲା ଅଙ୍କକଷା । ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । କଂଗ୍ରେସ ନେତା ଭିଡି ସତୀଶନ୍ କେରଳମର ନୂତନ ମୁଖ୍ୟମନ୍ତ୍ରୀ ହେବେ । ଦଳର ହାଇକମାଣ୍ଡ ଆନୁଷ୍ଠାନିକ ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସ ନେତୃତ୍ୱ ଭିଡି ସତୀଶନଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି ।
ଭିଡି ସତୀଶନ, ଯିଏ କି ଜଣେ ଦୃଢ଼ ସାଂଗଠନିକ ଉପସ୍ଥିତି ରଖୁଥିବା ନେତାଙ୍କ ମଧ୍ୟରୁ ଜଣେ ।ତେବେ ସତୀଶନତାଙ୍କ ନାମ କେରଳର ଏଆଇସିସି ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି ଘୋଷଣା କରିଛନ୍ତି। ସତୀଶାନଙ୍କ ବ୍ୟତୀତ କେ ଭେନୁଗୋପାଲ ଏବଂ ରମେଶ ଚେନ୍ନାଇଥାଲା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢିଥିଲେ । ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ । ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ ।
