Masthead

ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ପ୍ରିୟଦର୍ଶନୀ ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ। ଧୂଆଁମୟ ହେଲା ସିଆର୍‌ପି ଛକ ଅଞ୍ଚଳ। ଦେଖୁ ଦେଖୁ ମାକେର୍ଟ କମ୍ପ୍ଲେକ୍ସରେ ଥିବା ପ୍ରଥମ ମହଲାରେ ଥିବା ଏକାଧିକ ଦୋକାନରେ ନିଆଁ ବ୍ୟାପି ଯାଇଥିଲା। ଭିତରେ ଥିବା ସମସ୍ତ ଦୋକାନୀ ବାହାରକୁ ଦୌଡ଼ିଥିଲେ। ଏନେଇ ଅଗ୍ନିଶମ ବାହିନୀ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ୫ଟି ଦମକ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଜଣାପଡିଛି। ଫାୟାର ଫାଇଟ୍ ଟିମ୍ ନିଆଁକୁ ଆୟତ୍ତ କରିବକୁ ଉଦ୍ୟମ ଜାରି ରଖିଛି। ମାର୍କେଟ୍ କମ୍ପ୍ଲେକ୍ସ କିଛି ଗୋଦାମ ଘର ଥିବା ଜୋରଦାର ନିଆଁ ଲାଗିଥିବା ଜଣାପଡ଼ିଛି।

କେଉଁ ଦୋକାନରେ କଣ କ୍ଷତି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଠିକ୍ ମାର୍କେଟ୍ ଖୋଲିବା ସମୟରେ ନିଆଁ ଲାଗିଥିବା ଜଣାପଡ଼ିଛି । ଲୋକଙ୍କ କହିବା ଅନୁଯାୟୀ ସର୍ଟର ଖୋଲୁ ଖୋଲୁ ନିଆଁ ଲାଗିଛି ବୋଲି ଜଣାପଡ଼ିଥିଲା । ସର୍ଟର ଖୋଲିଲା ପରେ ନିଆଁ ଲାଗିଥିବା କିଛି ଲୋକ ପ୍ରତିକ୍ରିୟା ଦେଇଛନ୍ତି । ଅନୁମାନ କରାଯାଉଛି ଯେ ଘର ଭିତରେ ବଡ଼ ଧରଣର ନିଆଁ ଲାଗିଥାଇପାରେ । ବାହାରୁ ବିଶେଷ କିଛି ବି ନଜରରେ ଆସୁନାହିଁ ଖାଲି ଧୂଆଁ ବାହାରୁଛି । କେମିତି ନିଆଁ ଲାଗିଲା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ୍ କାରଣ ଜଣାପଡ଼ିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’