ଆଜି ୧୧ ଲକ୍ଷ ଲକ୍ଷପତି ଦିଦି ହେବେ ଉପକୃତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ମହିଳାଙ୍କ ଆକାଉଣ୍ଟକୁ ଯିବ ‘ଲକ୍ଷପତି ଦିଦି’ ଟଙ୍କା। ୨୫ଶହ କୋଟିର ଅର୍ଥ ରାଶି ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ମୋଦି ଆଜି ମହାରାଷ୍ଟ୍ରର ଜଲଗାଁଓ ଯିବେ। ଜଲଗାଁଓରେ ଆୟୋଜିତ ହେବାକୁ ଥିବା ଲକ୍ଷପତି ଦିଦି ସମ୍ମିଳନୀରେ ମୋଦି ଯୋଗ ଦେବେ। ଗତ ବର୍ଷ କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ଲକ୍ଷପତି ଦିଦି ଯୋଜନା ଆରମ୍ଭ କରିଥିଲେ। ଶିଳ୍ପ କ୍ଷେତ୍ରରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ।

ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ପଡିବ। ଏହି ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି। ତେବେ ଆଜି ମହିଳାଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଯିବ ଲକ୍ଷପତି ଦିଦି ଟଙ୍କା। ୨୫ଶହ କୋଟିର ଅର୍ଥରାଶି ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଉପକୃତ ହେବେ ଦେଶର ୪ଲକ୍ଷ ୩୦ ହଜାର ସ୍ୱୟଂ ସହାୟିକା ଗ୍ରୁପର ୪୮ ଲକ୍ଷ ସଦସ୍ୟା। ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ରରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗଦେବେ।

ସେଠାରୁ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କ ସହ ମୋଟ ୪୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପଠାଇବେ। ଏଥିସହ ୨୬ ଲକ୍ଷ ମହିଳାଙ୍କୁ ୫ ହଜାର କୋଟିର ଋଣ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏଥିରେ ୨ ଲକ୍ଷ ୩୩ ହଜାର ସ୍ୱୟଂସହାୟକ ଗ୍ରୁପ ଉପକୃତ ହେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!