Before Header

ପୁରୀ ହାଜତ ମୃତ୍ୟୁର ତଦନ୍ତ ଆରମ୍ଭ

କାହିଁକି ମୃତ ରମେଶଙ୍କ ବାପା-ମାଆଙ୍କୁ ଲୁଚେଇ ରଖିଛି ପୋଲିସ

0 40

ପୁରୀ (ବଡ଼ ଖବର ବ୍ୟୁରୋ): ପୋଲିସ ହେପାଜତରେ ଥିବା କେ. ରମେଶଙ୍କ ମୃତ୍ୟୁକୁ ନେଇ କାଠଗଡାରେ ପୋଲିସ । ପୁରୀ ବାସେଳୀସାହି ଥାନା ପୋଲିସ ଓ ଏସପିଙ୍କ ସଫେଇ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ପୋଲିସି ସହ ରମେଶଙ୍କ ଧସ୍ତାଧସ୍ତି ହୋଇଥିଲା । ଆହତ ହୋଇଥିବା ରମେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁରୀ ଏସପି ଅଖିଳେଶ୍ୱର ସିଂ ଦେଇଥିବା ସଫେଇକୁ ସାଧାରଣ ଲୋକମାନେ ସହଜରେ ବିଶ୍ୱାସକୁ ନେଉ ନାହାନ୍ତି । ମୃତ ରମେଶରେ ଦେହର ବିଭିନ୍ନ ସ୍ଥାନରେ ଥିବା ଦାଗ ସ୍ପଷ୍ଟ କରୁଛି ପୋଲିସ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ବିଜେପି ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ପୁରୀ ହାଜତ ମୃତ୍ୟୁ ଘଟଣାକୁ ଦୁଇଦିନ ବିତିଗଲାଣି । ମୃତ ରମେଶଙ୍କ ନାମରେ ବାସେଳୀ ସାହି ଥାନାରେ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି । ଏସପିଙ୍କ ନିର୍ଦ୍ଦେଶରେ ଡିଏସପି ପାହ୍ୟାର ଜଣେ ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।

ଆଜି ଘଟଣାର ତଦନ୍ତ ପାଇଁ ମୃତ ରମେଶଙ୍କ ଘରେ ପହଞ୍ଚିଛନ୍ତି ମାନବାଧିକାର କମିଶନଙ୍କ ୩ ସଦସ୍ୟ । କ’ଣ ପାଇଁ ଏଭଳି ଘଟଣା ଘଟିଲା, ଘଟଣାପଛର ପ୍ରକୃତ କାରଣ କ’ଣ ସେନେଇ ତଦନ୍ତ ଆରମ୍ଭ ହୋଇଛି । ୩ ଜଣିଆ ଦଳ ମୃତ ରମେଶଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିଛନ୍ତି । ଖୁବଶୀଘ୍ର ମୃତ ରମେଶଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ପୁରୀ ଜିଲ୍ଲା ହ୍ୟୁମାନ ରାଇଟ୍ସ କନଭେନର ପ୍ରାନ୍ତଶିନୀ ଜେନା କହିଛନ୍ତି । ଗତକାଲି ମଧ୍ୟ ଆଇଜି ପ୍ରବୀଣ କୁମାର ଆସି ତଦନ୍ତ କରିଥିଲେ । ତେବେ କେ.ରମେଶଙ୍କ ବାପା-ମାଆ ଓ ଦାଦାଙ୍କୁ ୧୮ତାରିଖ ବିଳମ୍ବିତ ରାତିରୁ ପୋଲିସ ଉଠାଇ ନେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ସହ ଦାଦାଙ୍କୁ ଭେଟ କରାଇଥିଲା । ଏକ ନିଛାଟିଆ ଜାଗାରେ ସମ୍ପର୍କୀୟଙ୍କ ସହ ଦାଦାଙ୍କୁ ଭେଟ କରାଇଥିଲା ପୋଲିସ । କିଛି ସମୟ ଭେଟ ପରେ ତାଙ୍କୁ ପୁନର୍ବାର ଘରେ ଆଣି ପୋଲିସ ଛାଡି ଦେଇଥିବା ପରିବାର ଲୋକ କହିଛନ୍ତି । ତେବେ ଏପର୍ଯ୍ୟନ୍ତ ମୃତ କେ.ରମେଶର ଦାଦା, ମାଆ-ବାପାଙ୍କୁ ଛାଡ଼ିନାହିଁ । ଶୁଦ୍ଧିକ୍ରିୟା କିଭଳି ହେବ ସେନେଇ ପରିବାର ଲୋକେ ଚିନ୍ତା କରିପାରୁ ନାହାନ୍ତି ।

Leave A Reply

Your email address will not be published.