Masthead

ଗୁଜରାଟରେ ବନ୍ୟା ଯୋଗୁ ୧୮ ଜିଲ୍ଲା ଜଳାର୍ଣ୍ଣବ

ଗୁଜରାଟ (ବଡ଼ ଖବର ବ୍ୟୁରୋ): ଗୁଜରାଟରେ ବନ୍ୟା ବିତ୍ପାତ ଯୋଗୁ ୧୮ ଜିଲ୍ଲା ଜଳାର୍ଣ୍ଣବ ହୋଇପଡିଛି । ଗତ ୩ଦିନ ମଧ୍ୟରେ ଗୁଜରାଟରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଅନେକ ନିଖୋଜ ଥିବା କୁହାଯାଉଛି । ୫ ଜିଲ୍ଲା ଯଥା ରାଜକୋଟ୍ସ ଆନନ୍ଦ, ଖେଡ଼ା, ମୋରବି, ଭଦୋଦରା ଏବଂ ଦ୍ବାରିକାରେ ସ୍ଥିତି ଗମ୍ଭୀର ହୋଇଛି । ଏପଟେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଭାରତୀୟ ସେନା, ବାୟୁସେନା, ତଟରକ୍ଷୀ ବାହିନୀ ସମେତ ଏନଡିଆରଏଫ, ଏସଡିଆରଏଫ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ ଜିଲ୍ଲାରୁ ୨୩ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପରିସ୍ଥିତି ପାଇଁ ରାଜ୍ୟରେ ୫୦ରୁ ଅଧିକ ଟ୍ରେନ୍ ବାତିଲ୍ ହୋଇଛି । ଅହମଦାବାଦ, ରାଜକୋଟ, ବୋଟାଦ, ଆନନ୍ଦ, ଖେଡା, ମହିସାଗର, କରାଚ ଏବଂ ମୋରବିରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି ।

ପ୍ରବଳ ବର୍ଷା ପାଇଁ ରାସ୍ତାଘାଟ ଭାସିଯାଇଛି । ଫଳରେ ରାଜପଥରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍ ଲାଗିଛି । ଦ୍ୱାରକା, ଜାମନଗର, ପୋରବନ୍ଦର, ମୋରବି, ଜୁନାଗଡ଼ ଏବଂ ରାଜକୋଟ ଜିଲ୍ଲାରେ ମୂଷଳଧାରାରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ନଦୀଗୁଡ଼ିକର ଜଳସ୍ତର ବୃଦ୍ଧିପାଇଛି । ଜଳସ୍ତର ବିପଦସଙ୍କେତ ଉପରେ ଥିବା ନଦୀଗୁଡ଼ିକର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିଛି ଅଞ୍ଚଳରେ ୧୦ରୁ ୧୨ ଫୁଟ୍‌ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ବନ୍ୟା ପାଣି ଘେରରେ ଫସିଥିବା ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଖାଦ୍ୟ, ପାନୀୟ ଅଭାବରୁ ଅନେକେ ଅସୁବିଧାରେ ପଡ଼ିଛନ୍ତି । ଏପରି ବନ୍ୟା ସ୍ଥିତି ପ୍ରାୟ ୨୦ ବର୍ଷ ପରେ ଦେଖିବାକୁ ମିଳିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଗୁଜରାଟ ପାଇଁ ପାଣିପାଗ ବିଭାଗ ପାଞ୍ଚ ଦିନ ସତର୍କତା ଜାରି କରିଛି । ୧୧ ଜିଲ୍ଲାକୁ ରେଡ୍‌ ଆଲର୍ଟ ଏବଂ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ