Masthead

ଇସ୍ତଫା ଦେବେ ରଜନୀକାନ୍ତ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଇସ୍ତଫା ଦେଇପାରନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ । ଉପବାଚସ୍ପତି ପଦରୁ ଇସ୍ତଫା ଦେଇ ସଂଗଠନକୁ ଆସିବେ ରଜନୀକାନ୍ତ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଇସ୍ତଫା ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ସାଗଠନିକ ସ୍ଥିତିକୁ ମଜଭୁତ କରିବା ପାଇଁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ । ଢେଙ୍କାନାଳ, ଅନୁଗୁଳ ଜିଲ୍ଲାକୁ ନେଇ ବିଜେଡି ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ କରାଯାଇଛି ।

ବିଜେପିକୁ ଟକ୍କର ଦେବାପାଇଁ ଦଳ ଏଠାରେ ନୂଆ ରଣନୀତି ଆପଣାଇଛି । ୨୦୧୯ରେ ଅନୁଗୁଳ ଜିଲ୍ଲାରେ ବିଜେଡି ବଡ ବିଜୟ ହାସଲ କରିଥିଲା ଏବଂ ସକି୍ରୟ ଥିଲେ ରଜନୀକାନ୍ତ ସିଂ । ଏବେ ଢେଙ୍କାନାଳ ଅନୁଗୁଳରେ ବିଜେପି ସକ୍ରିୟ ହେଉଥିବା ଦୃଷ୍ଟିରୁ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ଦେବା ପାଇଁ ଦଳ ଏକପ୍ରକାର ନିଷ୍ପତ୍ତି ନେଇଛି । ତେଣୁ ରଜନୀକାନ୍ତ ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଇସ୍ତପା ପତ୍ର ଦେଇପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ