Masthead

ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୨୦୦୦ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ । ମୃତ୍ୟୁ ସଂଖ୍ୟା ୨୦୦୦ହଜାରକୁ ବୃଦ୍ଧି । ହଜାର ହଜାର ଲୋକ ଆହତ ହୋଇଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ହୋଇଥିବା ସବୁଠାରୁ ଏହା ଭୟଙ୍କର ଭୂକମ୍ପ ବୋଲି ତାଲିବାନ ସରକାର କହିଛି । ଭୂକମ୍ପରେ ପ୍ରାୟ ୬ ଟି ଗାଁ ନଷ୍ଟ ହୋଇଯାଇଛି ଏବଂ ଶହ ଶହ ନାଗରିକଙ୍କୁ ଆବର୍ଜନା ତଳେ ପୋତି ହୋଇ ରହିଛନ୍ତି । ପଶ୍ଚିମ ଆଫଗାନିସ୍ତାନର ହେରତ ପ୍ରଦେଶରେ ହୋଇଥିବା ଏହି ଭୂମିକମ୍ପରେ ସର୍ବାଧିକ ତୀବ୍ରତା ୬.୩ ଥିଲା ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି । ହେରତର ଜିନ୍ଦା ଜାନ୍ ଜିଲ୍ଲାରେ ୭.୭ କିଲୋମିଟର ଗଭୀରତାରେ ୫.୯ ତୀବ୍ରତାର ସଦ୍ୟତମ ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟବର୍ତ୍ତୀ ପ୍ରଦେଶ ଫରାହ ଏବଂ ବାଦଗିସରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ବିଶେଷକରି ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ଅଞ୍ଚଳ ଭୂକମ୍ପପ୍ରବଣ, ଯାହା ୟୁରେସିଆନ ଏବଂ ଭାରତୀୟ ଟେକ୍ଟୋନିକ୍ ପ୍ଲେଟର ମିଶ୍ରଣ ନିକଟରେ ଅବସ୍ଥିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ