Masthead

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର । ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ । କେନ୍ଦ୍ରାପଡା ବାସଭବନ ସମେତ ବାଙ୍କୀ ପୈତୃକ ଘରେ ରେଡ । ଚଢାଉରେ ୫ ଡିଏସପି, ୯ ଇନ୍ସପେକ୍ଟର ସାମିଲ । ୫ ଜଣ ଏଏସଆଇଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି।

କଟକ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏକକାଳୀନ ଭାବେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। କଟକ ଜିଲ୍ଲା ବାରଙ୍ଗ ଥାନା ମୁଣ୍ଡୁଳି ଗୋଡ଼ିସାହିରେ ଥିବା ତାଙ୍କର ଚାରି ମହଲା ବାସଭବନ, କଟକ ଜିଲ୍ଲା ବାଙ୍କୀ ଥାନା ସାହାଡ଼ାପଡ଼ାରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ାରେ ଥିବା ଫରେଷ୍ଟ ରେଞ୍ଜର କାର୍ଯ୍ୟାଳୟ,କେନ୍ଦ୍ରାପଡ଼ାରେ ଥିବା ତାଙ୍କର ଅସ୍ଥାୟୀ ବାସସ୍ଥାନରେ ଭିଜିଲାନ୍ସ ପକ୍ଷରୁ ତଲାସି ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ କୌଣସି ସୂଚନା ମିଳିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି