Masthead

ପୂର୍ବତନ ବିଜେଡି ବ୍ଲକ ସଭାପତି ଗିରଫ

ବାରିପଦା (ବଡ଼ ଖବର ବ୍ୟୁରୋ): ବିନା ସରକାରୀ ସ୍ୱୀକୃତି ନଥାଇ ଏକ କୋଟି ୧୯ ଲକ୍ଷ ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଦେବା ଘଟଣାରେ ପୁଣି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ବାରିପଦା ଭିଜିଲାନ୍ସ ବିଭାଗ ଆଜି ପୂର୍ବତନ ଶୁଳିଆପଦା ବ୍ଲକ ସଭାପତି ଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଦିବ୍ୟଲୋଚନ ଦାଶ । ତାଙ୍କ ସହ ଜଣେ ଠିକା କମଚାରୀ ମୋନଜ ଦେଓଙ୍କୁ ମଧ୍ୟ ଗିରଫ କରିଛି । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ କୋଭିଡ ସମୟରେ ଅମବାଡସି ଟଙ୍କାରୁ ଏକ କୋଟି ୧୯ ଲକ୍ଷ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନଫର ହୋଇଥିଲା ।

ସରକାରୀ ଅର୍ଥ ବେଆଇନ ଭାବେ ଦିଆ ଯାଇଥିବା ନେଇ ଗତ ମାସ ଭିଜିଲାନ୍ସ ଏକ ମାମଲା ରୁଜୁ କରିଥିଲା । ଯେଉଁଥିରେ ଶୁଳିଆପଦା ବ୍ଲକର ତତକାଳୀନ ବିଡିଓ ପରିକ୍ଷିତ ଜେନା ଏବଂ ତାଙ୍କ ସହିତ ଜଣେ ଆକାଉଣ୍ଟଟାଣ୍ଟ ଏବଂ ବ୍ୟବସାୟୀ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ସେହି ଘଟଣାରେ ମୋଟ ଆଠ ଜଣଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଥିବା ବେଳେ କିଛି ଜଣ ଫେରାର ରହିଛନ୍ତି। ଭିଜିଲାନ୍ସ ଦିବ୍ୟଲୋଚନ ଦାଶଙ୍କୁ ଆଜି ଗିରଫ କରିଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା