Before Header

ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା, କ୍ରୁ ମେମ୍ବରଙ୍କୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ

0 1,040

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା । ଏନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଏୟାରଇଣ୍ଡିଆ ଏକ୍ସପ୍ରେସ। କ୍ରୁ ମେମ୍ବରଙ୍କୁ ବିଦା କରିଛି ଏୟାରଇଣ୍ଡିଆ ଏକ୍ସପ୍ରେସ। ଏହି ଏୟାରଲାଇନ୍ସ ୨୫ କ୍ୟାବିନ କ୍ରୁ ମେମ୍ବରଙ୍କୁ ବିଦା କରିଛି। ଯେଉଁମାନେ ଅସୁସ୍ଥତା ଥିବା ଛୁଟିରେ ଦର୍ଶାଇ ଛୁଟି ନେଇଛନ୍ତି ସେମାନଙ୍କୁ କମ୍ପାନୀ ବହିଷ୍କାର କରିଛି। ।

ହଠାତ୍ ଏୟାର ଇଣ୍ଡିଆର ୧୦୦ରୁ ଅଧିକ କ୍ର୍ୟୁ ମେମ୍ବର ଛୁଟିରେ ଯିବା ଫଳରେ ଅନେକ ସମସ୍ୟା ଉପୁଜିଥିଲା । ୯୦ଟି ବିମାନକୁ ବାତିଲ କରିବାକୁ ପଡିଥିଲା । ଫଳରେ ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ଏୟାରଇଣ୍ଡିଆର ସିନିୟର କ୍ର୍ୟୁ ମେମ୍ବର ନିଜର ଦାବିକୁ ନେଇ ଏକପ୍ରକାର ହରତାଳ ଆରମ୍ଭ କରିଥିଲେ । ଏନେଇ ଅସୁସ୍ଥତା ଦେଖାଇ ସମୂହ ଛୁଟିରେ ଯାଇଥିଲେ କର୍ମଚାରୀ ।

Leave A Reply

Your email address will not be published.