Masthead

ଡ୍ରଗ୍ସମାଫିଆଙ୍କ ସହ ଲିଙ୍କରେ ଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ: ନବାବ ମଲ୍ଲିକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ କ୍ରୁଜ ଡ୍ରଗ୍ସ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଶାସକ ଦଳକୁ ମହାରାଷ୍ଟ୍ର ସରକାର ବାରମ୍ବାର ଟାର୍ଗେଟ କରିଆସୁଛନ୍ତି । ଏହା ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କ୍ୟାବିନେଟ ମନ୍ତ୍ରୀ ନବାବ ମଲ୍ଲିକ ଗୁରୁତର ଅଭିଯୋଗ କରିଥିବାର ଦେଖିବାକୁ ମିଳୁଛି । ତେବେ ଫଡନାଭିସଙ୍କ ନିର୍ଦ୍ଦେଶରେ ମହାରାଷ୍ଟ୍ରରେ ଡ୍ରଗ୍ସ କାରବାର ଚାଲିଛି ବୋଲି ନବାନ ମଲ୍ଲିକ କହିଛନ୍ତି । ଏପରିକି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫୋଟ ସେୟାର କରି ପ୍ରଶ୍ନ ପଚାରିଛନ୍ତି ଯେ ଡ୍ରଗ୍ସ ବେପାରୀଙ୍କ ସହ ବିଜେପି ନେତାଙ୍କ ସଂଯୋଗ କଣ ?

ସେପଟେ ନବାବ ମଲିକ ଅମୃତା ଫଡନାଭିସଙ୍କ ସହ ଡ୍ରଗ୍ସ ପ୍ୟାଡେଲର ଚିତ୍ର ସେୟାର କରିଛନ୍ତି । ଏହି ଡ୍ରଗ୍ସ ବେପାରୀଙ୍କ ନାମ ଜୟଦୀପ ରାଣା । ଯିଏ ଜୁନ ୨୦୨୧ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ କରାଯାଇଥିଲା । ବର୍ତ୍ତମାନ ଏହି ବ୍ୟକ୍ତି ଜେଲରେ ଅଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ଚିତ୍ର ସେୟାର କରି ବିଜେପି ଏବଂ ଡ୍ରଗ୍ସ ମାଫିଆ ମଧ୍ୟରେ କଣ ସମ୍ପର୍କ ରହିଛି ବୋଲି ପ୍ରଶ୍ନ ପଚାରିଛନ୍ତି । ଏହି ଚିତ୍ର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପୁଣିଥରେ ଦେଶର ରାଜନୀତି ସରଗରମ ହୋଇ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ