Masthead

Gen-Zଙ୍କ ବିଦ୍ରୋହ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ନିଆଁ ଲଗାଇଦେଲେ ମାରିଦେଲେ ବିଦ୍ରୋହୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): Gen-Zଙ୍କ ବିଦ୍ରୋହରେ ଜଳୁଛି କାଠମାଣ୍ଡୁ। ନେପାଳରେ ସୋସିଆଲ ମିଡିଆ ଉପରେ ନିଷେଧାଜ୍ଞା ଓ ଦୁର୍ନୀତି ବିରୋଧରେ ବଡ଼ ଧରଣର ବିକ୍ଷୋଭ ଚାଲିଛି। ଏହି ବିକ୍ଷୋଭ ଏତେ ବଡ଼ ସ୍ତରରେ ହେଉଛି ଯେ ଦେଶର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଓଲି ନେପାଳ ଛାଡ଼ି ବିଦେଶକୁ ପଳାଇଥିବା ଚର୍ଚ୍ଚା ହେଉଛି। ଏପରି ପରିସ୍ଥିତିରେ ବିକ୍ଷୋଭକାରୀଙ୍କ ଏକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ଖାନଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନେପାଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

ବିକ୍ଷୋଭକାରୀଙ୍କ ଏକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ଖାନଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା ଓ ତାଙ୍କ ଶରୀରରେ ନିଆଁ ଲଗାଇଦିଆଯାଇଥିଲା । ସେ ଗୁରୁତର ଭାବରେ ପୋଡ଼ିଯାଇ ପ୍ରାଣ ହରାଇଛନ୍ତି । ଡାଲ୍ଲୁସ୍ଥିତ ତାଙ୍କ ବାସଭବନରେ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଥିଲେ । ରାଜଲକ୍ଷ୍ମୀଙ୍କ ଦେହରେ ମଧ୍ୟ ନିଆଁ ଲଗାଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କୀର୍ତ୍ତିପୁର ବର୍ନ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ସୋମବାରଠାରୁ ଆରମ୍ଭ ହୋଇଥିବା ଜେନ-ଜି ପ୍ରଦର୍ଶନ ଏବେ ଅଧିକ ହିଂସାତ୍ମକ ହୋଇଯାଇଛି । ଏହି ଆକ୍ରମଣ ବିଷୟରେ ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ ।

ସେପଟେ ନେପାଳରେ ବିକ୍ଷୋଭ ପଛରେ ବାହାରୁ ହାତ ଥିବାର ସନ୍ଦେହ କରାଯାଉଛି। ନେପାଳରେ ମାସମାସ ଧରି ଉତ୍ତେଜନା ଚାଲିଛି। ୨୦୦୮ରେ ନେପାଳ ଗଣତାନ୍ତ୍ରିକ ରାଷ୍ଟ୍ର ହେବା ପରେ କ୍ଷମତା ଓଲି, ମାଓବାଦୀ ସେଣ୍ଟରର ପ୍ରଚଣ୍ଡ ଓ ପାଞ୍ଚ ଥର ପ୍ରଧାନମନ୍ତ୍ରୀ ହୋଇଥିବା ଶେର ବାହାଦୁର ଦେଉବାଙ୍କ ମଧ୍ୟରେ ଘୂରୁଥିଲା। ଓଲି ଚାରି ଥର ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ କେବେ ମଧ୍ୟ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାନ୍ତି। ତାଙ୍କୁ ଖୋଲାଖୋଲି ଚୀନ ସମର୍ଥକ ନେତା ବୋଲି ବିବେଚନା କରାଯାଏ। ଓଲି ସେପ୍ଟେମ୍ବର ୩ ତାରିଖରେ ଚୀନରେ ଆୟୋଜିତ ମିଲିଟାରୀ ପରେଡରେ ମଧ୍ୟ ସାମିଲ ହୋଇଥିଲେ। ସେ ଏସସିଓ ଶିଖର ସମ୍ମେଳନରେ ମଧ୍ୟ ଭାଗ ନେଇଥିଲେ ଏବଂ ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା