Before Header

ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ

0 39

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ପୁଣି ସୁଟିଂରେ ଭାରତକୁ ମିଳିଛି ଆଉ ଏକ ସଫଳତା ।ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ ।ପୁରୂୁଷ ଟ୍ରାପ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି ଭାରତ । ସେହିଭଳି ମହିଳା ଟ୍ରାପ ଇଭେଣ୍ଟରେ ରୋପ୍ୟ ପଦକ ମିଳିଛି । ଏହା ସହିତ ଭାରତର ପଦକ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଯେଉଁଥିରେ ୧୧ଟି ସ୍ୱର୍ଣ୍ଣ ପଦକ ରହିଛି । ୩୬୧ ସ୍କୋର ସହ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।ପୁରୂୁଷ ଟ୍ରାପ ଇଭେଣ୍ଟରେ କାଇନାନ ଚେନାଇ,ଜୋରାଭର ସିଂ, ପୃଥ୍ୱିରାଜ ଟୋଣ୍ଡାଇମାନ,ସୁର୍ଣ୍ଣିମ ସଫଳତା ଅର୍ଜ୍ଜନ କରିଛନ୍ତି । ବିଶେଷ କରି ଏସୀୟ କ୍ରିଡାରେ ସୁଟିଂରେ ବା ବନ୍ଧୁକ ଚାଳନାରେ କମାଳ କରିଛନ୍ତି ଭାରତୀୟ । ଭାରତକୁ ସର୍ବାଧିକ ପଦକ ସୁଟିଂରେ ମିଳିଛି ।

Leave A Reply

Your email address will not be published.