Masthead

ବିଜେଡି ଶୂନ୍ୟ ହେବ ଧର୍ମଶାଳା!

ଧର୍ମଶାଳା (ବଡ଼ ଖବର ବ୍ୟୁରୋ):ଯାଜପୁର ଜିଲ୍ଲା ବିଜେପିର ବିଶାଳ ଜନ ସମର୍ଦ୍ଧନା ସଭା ଆଜି ଧର୍ମଶାଳା ମହୋତ୍ସବ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ମନ ମୋହନ ସାମଲ ଯୋଗ ଦେଇ ଯାଜପୁର ମାଟିର ଭୋଟରମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ଶହ ଶହ ସଂଖ୍ୟାରେ ଅନ୍ୟ ଦଳର କର୍ମୀ ଓ ନେତା ତଥା ସାମାଜିକ ଗଣ ମାଧ୍ୟମ ସଂଯୋଜକ ମାନେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ପୂର୍ବତନ ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନଙ୍କ ସମେତ ୩୦ ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସ୍ପଷ୍ଟ ଭାବରେ କୁହାଯାଇ ପାରେ ଯେ ଏଠାରେ ବିଜେଡିକୁ ବହୁ କ୍ଷତି ସହିବାକୁ ପଡ଼ିଛି। ପୁର୍ବରୁ ଯାହା କୁହାଯାଉଥିଲା ପରିବାଦବାଦ ଶାସନର କଥା ତାହା ଆଜି ଏକପ୍ରକାର ବିଲୁପ୍ତ ହୋଇଛି। ପୁର୍ବରୁ ସମିତି ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେଇଥିବା ବେଳେ ଆଜି ମିଶ୍ରଣ ସଭାରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଦଳ ଛାଡିଛନ୍ତି ।

ଜିଲ୍ଳାର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟିକ ଆକାଶ ଦାସ ନାୟକ, ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ଗୌତମ ରାୟ, ବବିତା ମଲ୍ଲିକ, ଉମେଶ ଜେନା ପ୍ରମୁଖ ଯୋଗ ଦେଇ ବିଜେପି ସରକାରର ଜିଲାର ସାମଗ୍ରିକ ବିକାଶ ପାଇଁ ପ୍ରତିଶୃତି ବଧ ବୋଲି କହିଛନ୍ତି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ହାତ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରତିନିଧି ନିର୍ମଳ ପ୍ରଧାନ। ବିଧିବଧ ଭାବେ ଯୋଗ ଦେଇଛନ୍ତି ବହୁ ସଂଖ୍ୟାରେ ବିଜେଡିର ଆଗଧାଡିର ନେତା ଓ ସାମାଜିକ ଗଣ ମାଧ୍ୟମ ସଂଯୋଜକ। ଆଗାମି ଦିନରେ ବିଜେପିର ସ୍ଥିତି ଦୃଢ଼ ହେଉଥିବା ବେଳେ ବିଜେଡ଼ି ସ୍ଥିତି ଦୁର୍ବଳ ହେବାକୁ ଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ