Masthead

ଫ୍ରି ଫାୟାର ନେଲା ଜୀବନ

ଘଷିପୁରା (ବଡ଼ ଖବର ବ୍ୟୁରୋ): ଫ୍ରି ଫାୟାର ଗେମ୍ ନେଲା ୯ମ ଣ୍ରେଣୀ ଛାତ୍ର ଜୀବନ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଇନ୍ଦୁପୁରା ଗାଁ ରେ ଫ୍ରିଫାୟାର ଗେମ୍ ନେଇଛି ଜଣେ ଛାତ୍ରର ଜୀବନ । ମୃତକ ହେଲେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ୯ମ ଶ୍ରୋଣୀର ଛାତ୍ର ସୋମ୍ୟ ରଂଜନ ଜେନା । ସୋମ୍ୟ ମୋବାଇଲରେ ଫ୍ରି ଫାୟାର ଗେମ ଖେଳିବାକୁ ମାଆଙ୍କୁ ମୋବାଇଲ ମାଗିଥିଲା । ହେଲେ ଗତ ୨ଦିନ ଧରି ବିଦ୍ୟାଳୟର ପରୀକ୍ଷା ଚାଲିଥିବାରୁ ତାଙ୍କ ମାଆ ମୋବାଇଲ ଦେବାକୁ ବାରଣ କରିଥିଲେ। ଏତିକିରେ ସୋମ୍ୟ ରାଗିଯାଇ ଛାତ ଉପରେ ବେକରେ ରଶି ଲଗାଇଦେଇଥିଲା ।

କିଛି ସମୟ ପରେ ତାର ଭଉଣୀ ଛାତକୁ ଯିବାରୁ ସୋମ୍ୟର ଏଅବସ୍ଥାଦେଖି ମାଆଙ୍କୁ ଜଣାଇଥିଲେ । ପରିବାର ଲୋକେ ସେଠାରୁ ତାକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହୋବାପରେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ