Masthead

ରାକ୍ଷୀ ତିଆରି କରିବା ପାଇଁ ଚାକିରି ଛାଡିଲେ ବାଲେଶ୍ୱର ଝିଅ ଅନୁପମା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ରାକ୍ଷୀ ତିଆରି ପାଇଁ ଛାଡିଲେ ଚାକିରି । ଘରେ ରହି ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ରାକ୍ଷୀ । ଭାଇ ଭଉଣୀର ଅତୁଟ ସମ୍ପର୍କକୁ ସୂତାରେ ଭଳିକି ଭଳି ଡିଜାଇନ କରି ପ୍ରସ୍ତୁତ କରୁଛନ୍ତି ରକ୍ଷା ବନ୍ଧନର ପ୍ରତୀକ । ବାଲେଶ୍ୱରର ଗଳି କନ୍ଦିର ରାକ୍ଷୀ ଦୋକାନରେ ବିକ୍ରି ହେଉଛି ଅନୁପମା ଦାସ ମହାପାତ୍ରଙ୍କ ହାତ ତିଆରି ରାକ୍ଷୀ । ଅନୁପମା ଜଣେ ଉଚ୍ଚଶିକ୍ଷିତ ହୋଇ ଚାକିରି ଚାଡ଼ି ଏବେ ବାଲେଶ୍ବର ସାନ୍ତିନଗର ନିଜ ଘରେ ବସି ବିଭିନ୍ନ କ୍ୱାଲିଟିର ରାକ୍ଷୀ । ଏବେ ଜିଲ୍ଲା ଓ ଜିଲ୍ଲା ବାହାରେ ବେଶ୍ ଚାହିଦା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁପମାଙ୍କ ହାତ ତିଆରି ଜଗନ୍ନାଥ ରାକ୍ଷୀ, କଣ୍ଢେଇ ରାକ୍ଷୀ ସମେତ ଷ୍ଟୋନ ରାକ୍ଷୀ ପାଇଁ ଲୋକଙ୍କ ଗହଳି ଦେଖାଦେଉଛି । ଅନୁପମାଙ୍କ ହାତ ତିଆରି ରାକ୍ଷୀ ଏତେ ଚାହିଦା ଯେ ୫ଶହ ରାକ୍ଷୀ ତିଆରି କରିବା ଜାଗାରେ ୧ଏକ ହଜାର ରୁ ଉର୍ଦ୍ଧ ରାକ୍ଷୀ ତିଆରି କରିସାରିଲେଣି ।

ତେବେ ଅନୁପମା କେବଳ ରାକ୍ଷୀ ତିଆରି କରନ୍ତି ଯେ ତାନୁହେ ସେ ବିଭିନ୍ନ ଗିପ୍ଟ ସାମଗ୍ରୀ ବି ତିଆରିକରି ବେଶ୍ ଚର୍ଚ୍ଚାରେ । ଆଗକୁ ମଧ୍ୟ ଏମିତି ମନ ପସନ୍ଦ ଉପହାର ତିଆରି କରି ଲୋକଙ୍କ ମନ କିଣିବା ପାଇଁ ନିଜକୁ ଜାରି ରଖିବେ ବୋଲି ବାଲେଶ୍ବର ଅନୁପମା ଦାସ ମହାପାତ୍ର କହିଛନ୍ତି । ଅନୁପମାଙ୍କ ହାତ ତିଆରି ରାକ୍ଷୀର ଚାହିଦା ନା କେବଳ ବାଲେଶ୍ୱର ବରଂ ଜିଲ୍ଲା ବାହାରେ ମଧ୍ୟ ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି