Masthead

ବିଦେଶ ମାଟିରେ ଫାଲଗୁନ ଚୈତ୍ର

ଲଣ୍ଡନ  (ବଡ଼ ଖବର ବ୍ୟୁରୋ): ବିଦେଶ ମାଟିରେ ଓଡ଼ିଆ ମହକ । ଲଣ୍ଡନ ଓ ଆଇସଲାଣ୍ଡରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ଫାଲଗୁନ ଚୈତ୍ର । କନେକ୍ଟଭିଆ ମିଡିଆ ଦ୍ୱାରା ପ୍ରସ୍ତୁତ ଆଦ୍ୟା ଜଗଦ୍ଦେବ ପ୍ରଡକ୍ସନ୍ ବ୍ୟାନରେ ନିର୍ମିତ ହୋଇଛି ଓଡ଼ିଆ ମୁଭି ଫାଲଗୁନ ଚୈତ୍ର । ଏହାର ନିର୍ଦ୍ଦେଶକ ତରୁଣ କୁମାର ଦାସଙ୍କୁ ଲଣ୍ଡନ ଓ ଆଇସଲାଣ୍ଡର ଓଡ଼ିଆ ଦର୍ଶକମାନେ ପ୍ରଶଂସା କରିଛନ୍ତି । ୟୁକେରେ ଓଡ଼ିଆ ଫିଲ୍ମ ରିଲିଜ ହୋଇଥିବାରୁ ଦର୍ଶକ ଖୁସ୍ । ଫିଲ୍ମ ଦେଖି ସମସ୍ତେ ଉତ୍ସାହିତ । ଆଶା କରିଛନ୍ତି ଫ୍ୟୁଚରରେ ଏମିତି ଆହୁରି ମୁଭି ଆସିବ । ଓଡ଼ିଆ ଫିଲ୍ମ ବିଦେଶରେ ରିଳିଜ ହେବା ପ୍ରଶଂସନୀୟ ।ଦେଶ ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶକ ତରୁଣ କୁମାର ଦାସ ପ୍ରତିଶ୍ରୁତିବନ୍ଧ ବୋଲି କହିଛନ୍ତି । ଲଣ୍ଡନ ଓ ଆଇସଲାଣ୍ଡରେ ଥିବା ଓଡ଼ିଆମାନଙ୍କ ପାଖରେ ଓଡ଼ିଆ ସିନେମା ଫାଲଗୁନ ଚୈତ୍ର ପହଞ୍ଚିବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ନିଶ୍ଚୟ । ବିଦେଶରେ ରହୁଥିବା ଓଡ଼ିଆଙ୍କ ପାଖରେ ଓଡ଼ିଆପଣର ଟିକିଏ ଛିଟା ପକାଇବା କନେକ୍ଟଭିଆ ମିଡିଆର ଲକ୍ଷ୍ୟ ।
ଓଡ଼ିଆ ଫିଲ୍ମ ଦେଖି ସମସ୍ତେ ଖୁସିଥିବାବେଳ ଆଗକୁ ଆହୁରି ଏଭଳି ଓଡ଼ିଆ ମୁଭିକୁ ନେଇ ଆଶାବାଦୀ ଅଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ