Masthead

ସାଙ୍ଗକୁ ଟ୍ରଲିରେ ବୋହି ହସ୍ପିଟାଲ ନେଲା ସାଙ୍ଗ

ପୁରୀ(ବଡ଼ ଖବର ବ୍ୟୁରୋ):  ବନ୍ଧୁ ହେବ ତ ଏମିତି । ଚିକିତ୍ସା ପାଇଁ ଟ୍ରଲିରେ ହସ୍ପିଟାଲ ଆସିଲେ ବୃଦ୍ଧ। ବୟସର ଅପରାହ୍ନରେ ପରିବାର ଲୋକେ ପର କରିଦେଇଥିବା ବେଳେ ଜଣେ ବନ୍ଧୁ ବଢ଼ାଇଲେ ସହାୟତାର ହାତ। ପୁରୀରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ପଶ୍ଚିମବଙ୍ଗ ହାୱଡାର ୮୫ ବର୍ଷର ବୃଦ୍ଧ ଦେବେନ୍ଦ୍ରନାଥ ପରମାଣି ପୁରୀରେ ଆସି ରହୁଥିବାବେଳେ ଗତକାଲି ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ଜଣେ ବନ୍ଧୁ ବେଦାନ୍ତ ଚୈତନ୍ୟ ଦାସ କାହାର ସାହାଯ୍ୟ ନ ଲୋଡି ଏକ ଟ୍ରଲି ଯୋଗେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ପକ୍ଷାଘାତ ରୋଗରେ ଦେବେନ୍ଦ୍ରନାଥ ଆକ୍ରାନ୍ତ ହୋଇଥିବା କହିଛନ୍ତି ଡାକ୍ତର । ତେବେ ପଶ୍ଚିମବଙ୍ଗ ହାୱାଡାରେ ପୁଅ, ବୋହୁ, ନାତି ନାତୁଣୀଙ୍କ ପାଖରେ ଦେବେନ୍ଦ୍ରନାଥ ରହୁଥିଲେ। କିଛି ବର୍ଷ ତଳେ ତାଙ୍କ ପତ୍ନୀଙ୍କ ବିୟୋଗ ହୋଇଥିଲା। ଏହାପରେ ପରିବାର ଲୋକେ ଦେବେନ୍ଦ୍ରନାଥଙ୍କ ପ୍ରତି ଅବହେଳା କରିଥିଲେ। ଗତ କରୋନା ସମୟରେ ପୁଅ ବୋହୂ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ବୟସର ଅପରାହ୍ନରେ ସେ ବେସାହାରା ହୋଇ ସିଧା ଶ୍ରୀକ୍ଷେତ୍ର ଚାଲି ଆସିଥିଲେ। ବେଳାଭୂମିରେ ଦେବେନ୍ଦ୍ର ଏକ ଟ୍ରଲିରେ ଜଳଖିଆ ବିକ୍ରି କରିବା ଆରମ୍ଭ କଲେ।

ତେବେ ପଶ୍ଚିମବଙ୍ଗ ଚବିଶିପ୍ରଗଣାର ବେଦାନ୍ତ ଚୈତନ୍ୟ ସହ ସମୁଦ୍ର କୂଳରେ ଦେବେନ୍ଦ୍ର ନାଥଙ୍କ ସହ ଦେଖା ହୋଇଥିଲ। ପରେ ଚୈତନ୍ୟ ଦେବେନ୍ଦ୍ରଙ୍କୁ ଆଣି ନିଜ ପାଖରେ ରଖିଲେ। ଗତକାଲି ରାତିରେ ସେ ଅସୁସ୍ଥ ହୋଇ ପଡିଥିଲେ । ତେଣୁ ତାଙ୍କ ବନ୍ଧୁ ଅଟୋ, ରିକ୍ସା କିମ୍ବା ଆମ୍ବୁଲାନ୍ସର ସାହାଯ୍ୟ ନ ଲୋଡ଼ି ଚିକିତ୍ସା ପାଇଁ ଦେବେନ୍ଦ୍ରନାଥଙ୍କୁ ଟ୍ରଲିରେ ହସ୍ପିଟାଲ ଆଣିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା