Before Header

୨୬ରୁ ପୁଣି ଜୋରଦାର ହେବ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ

0 52

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୬ ତାରିଖରୁ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ ସଂଘ । ଏକ ବିଶାଳ ସମାବେଶ ଆୟୋଜନ ହେବ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରାଣା । ଆନ୍ତଃ ମନ୍ତ୍ରୀରୀସ୍ତରୀୟ କମିଟିରେ ଆମର ତିନି ଦଫା ଦାବିକୁ ପୂରଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ମନାକରାଯାଇଥିଲା ।

ଏହାପରେ ଅଳ୍ପ କିଛି ସଂଘଠନ ଆନ୍ଦୋଳନରୁ ଓହରି ଯାଇଥିଲେ କିନ୍ତୁ ଅନ୍ୟ ସମସ୍ତ ସଂଘଠନ ଆନ୍ଦୋଳନକୁ ଜାରି ରଖିଛନ୍ତି । ଆସନ୍ତା ୨୬ ତାରିଖରୁ ବିଶାଳ ଅଧିବେଶନ କରିବ ପ୍ରାଥମିକ ଶିକ୍ଷକ ସଂଘ । ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଯାହା କ୍ଷତି ରହିବ ସେଥିପାଇଁ ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରାକର ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ସଂଘ ।

 

Leave A Reply

Your email address will not be published.