Masthead

ଆଧାରରେ ବିବାହର ପୂରା ତଥ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମିଥ୍ୟା ପ୍ରତିଶୃତି ଦେଇ ବିବାହ ଆଉ ଚଳିବ ନାହିଁ । ପୁଅ ହେଉ କି ଝିଅ ବିବାହକୁ ନେଇ ସତ ଲୁଚାଉଥିଲେ ଧରାପଡିବେ । ସେ ଡେଟିଙ୍ଗ ଆପ ହେଉ କି ମ୍ୟାଟ୍ରିମୋନି କିମ୍ବା ଅନ୍ୟ କେଉଁ ଆପ, ଯଦି ଆପଣଙ୍କର ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ସାବଧାନ । ଆଉ ଚଳିବନି ଏପରି ମିଠା ମିଠା କଥାକହି ଫସାଉଥିବା ପୁଅ-ଝିଅଙ୍କ ଚାଲାକି । ଏକ ରୁ ଅଧିକ ବିବାହରେ ଲାଗିବ ରୋକ ।

ବିବାହ ପ୍ରମାଣପତ୍ରରେ ସଂଯୋଗ ହେବ ଆଧାର କାର୍ଡ । ସାରା ଦେଶରେ ହେବ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା । ସେପଟେ ପ୍ରତ୍ୟେକଟି ବିବାହ ପାଇଁ ପଞ୍ଜିକରଣ ଆବଶ୍ୟକ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମହଳା ଆୟୋଗ ପକ୍ଷରୁ ଦିଆଯାଇଛି ଏଭଳି ପ୍ରସ୍ତାବ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବାହା ହେବା ପୁର୍ବରୁ ଜଣାପଡ଼ିବ ପୂର୍ବ ବିବାହ କଥା। ଏମିତି ଏକାଧିକ ମାମଲା ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିବା ପରେ ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ ସହ ବିବାହ ପ୍ରମାଣପତ୍ରକୁ ଆଧାର ପ୍ରମାଣପତ୍ର ସହ ଯୋଡ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ଏ ନେଇ ରାଜ୍ୟ ମହିଳା କମିସନ ପ୍ରସ୍ତାବ ଦେବା ପରେ ଜାତୀୟ ମହିଳା କମିଶନ ଏହାକୁ ସ୍ବାଗତ କରିଛନ୍ତି। ଯଦି ଓଡ଼ିଶାର ଏହି ପ୍ରସ୍ତାବ କାର୍ୟ୍ୟକାରୀ ହୁଏ ତେବେ ଏକାଧିକ ବିବାହ ସମ୍ପର୍କରେ ଜଣାପଡ଼ିବ। ବିବାହ ପୂର୍ବରୁ ଝିଅ କିମ୍ବା ପୁଅ ସମ୍ପର୍କରେ ତଥ୍ୟ ମିଳିଲେ ଏକାଧିକ ଥର ବିବାହକୁ ରୋକାଯାଇପାରିବ ବୋଲି ମହିଳା କମିସନ ଦୃଢ଼ ଆଶାବାଦୀ ଅଛନ୍ତି। ପ୍ରସ୍ତାବ କେମିତି କାର୍ୟ୍ୟକାରୀ ହେବ ସେ ନେଇ ପୂରା ନକ୍ସା ପ୍ରସ୍ତୁତ ହୋଇଛି। ଏବେ ସମସ୍ତଙ୍କ ପାଖରେ ରହିବ ବିବାହ ପଞ୍ଜୀକରଣ ପ୍ରମାଣପତ୍ର । ଯାଞ୍ଚ୍ ବେଳେ ବିବାହ ସମ୍ପର୍କିତ ତଥ୍ୟ ଜଣାପଡ଼ିବ।

ଏହାଦ୍ୱାରା କିଏ କେଉଁଠି ବିବାହ କରିଛନ୍ତି, ତାହାର ସମସ୍ତ ସୂଚନା ଗୋଟେ କ୍ଲିକ୍‍ରେ ଜାଣିହେବ। ପ୍ରତି ଜିଲ୍ଲାପାଳଙ୍କ ଅଫିସରେ ଏକ ମ୍ୟାରେଜ୍‍ ରେଜିଷ୍ଟ୍ରେସନ୍‍ ସାର୍ଟିଫିକେଟ୍‍ ଅଫିସ୍‍ କରାଯିବ। ଯେଉଁଠି ଦମ୍ପତ୍ତିମାନେ ନିଜର ଆଧାରକାର୍ଡ ଦେଖାଇ ବିବାହ ସାର୍ଟିଫିକେଟ୍‍ ପାଇଁ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ଆଧାରକାର୍ଡ ଓ ବିବାହ ପଞ୍ଜିକୃତ ସାର୍ଟିଫିକେଟ୍‍କୁ ଏକାଠି ଲିଙ୍କ କରି ଗୋଟିଏ ପ୍ଲାଟ୍‍ଫର୍ମରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ