Masthead

ଗ୍ରୀଷ୍ମ ଆରମ୍ଭରୁ ଶୁଖିଗଲାଣି ମହେନ୍ଦ୍ରତନୟା ନଦୀ, ଚିନ୍ତାରେ ଅଞ୍ଚଳବାସୀ

ପାରଳାଖେମୁଣ୍ଡି(ବଡ଼ ଖବର ବ୍ୟୁରୋ): ଗ୍ରୀଷ୍ମ ଋତୁ ଆରମ୍ଭରୁ ଶୁଖିଗଲାଣି ଚିରସ୍ରୋତା ମହେନ୍ଦ୍ରତନୟା । ପାଣି ପାଇଁ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବାସିନ୍ଦା । ଦିନ ବଢୁବଢୁ ୩୮ଡିଗ୍ରୀ ତାପମାତ୍ରା ପାର ହେଉଛି । ପାନୀୟ ଜଳ କଷ୍ଟ ସାଙ୍ଗକୁ ପନିପରିବା ଚାଷୀଙ୍କୁ ମଧ୍ୟ ଦାଉ ସାଜୁଛି ଖରା । ପାରଳାଖେମୁଣ୍ଡିର ଲାଇଫ ଲାଇନ କୁହାଯାଉଥିବା ମହେନ୍ଦ୍ରତନୟା ନଦୀ ଶୁଖିଲା ଭୂଇଁ ସାଜିଛି । ମହେନ୍ଦ୍ରଗିରିରୁ ପ୍ରବାହୀତ ହେଉଥିବା ଏହି ନଦୀ ବର୍ଷ ବର୍ଷ ଧରି ରାୟଗଡ, ଗୋଷାଣୀ ବ୍ଲକ ସମେତ ପାରଳାଖେମୁଣ୍ଡି ପୌରଞ୍ଚଳର ତୃଷ୍ଣା ମେଣ୍ଟାଇବା ସହ ଚାଷ ପାଇଁ ସହାୟକ ହେଉଛି । ଦୀର୍ଘ ୯୦ କିଲୋମିଟର ପ୍ରଭାହୀତ ହେଉଥିବା ଏହି ନଦୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ବହୁ ଅଞ୍ଚଳରେ ପ୍ରବାହୀତ ହୋଇ ବାରୁଆ ଠାରେ ସମୁଦ୍ରରେ ଲିନ ହେଉଛି । ତେବେ ଚଳିତ ବର୍ଷ କିନ୍ତୁ ପ୍ରଶାସନର ଚରମ ଅବହେଳା ଯୋଗୁଁ ପାରଳାଖେମୁଣ୍ଡି ପହଞ୍ଚୁ ପହଞ୍ଚୁ ନଦୀ ଶୁଖିଯାଇଛି ।

ପ୍ରତ୍ୟେକ ବର୍ଷ ଆଡିବନ୍ଧ କରାଯାଇ ପାଣିକୁ ରୋକାଯାଉଥିଲା କିନ୍ତୁ ଚଳିତ ବର୍ଷ ତାହା ନହେବାରୁ ନଦୀକୂଳରେ ଥିବା ଶ୍ମସାନ ଘାଟରେ ସ୍ନାନ ପାଇଁ ପାଣି ମଧ୍ୟ ନାହିଁ । ପାରଳାଖେମୁଣ୍ଡି ଆଖ ପାଖରେ ଥିବା ଜମିଗୁଡିକ ଫାଟି ଆଁ କଲାଣି । ଅନ୍ୟ ପକ୍ଷରେ ସହର ଉପକଣ୍ଠରେ ଚାଷ ଜମିରେ ଜଳସେଚନ ପାଇଁ ନିର୍ଭର କରୁଥିବା ରାମ ସାଗର ମଧ୍ୟ ମରାମତି କାର୍ଯ୍ୟ ନିମନ୍ତେ ଶୁଖାଇ ଦିଆଯାଇଛି ଫଳରେ ଚଳିତ ବର୍ଷ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଏପ୍ରକାର ଥୟ । ସେପଟେ ଜଳ ସେଚନ ବିଭାଗ କିନ୍ତୁ ନିଘୋଡ଼ ନିଦ୍ରାରେ । ବଡ ବଡ ଅଟ୍ଟାଳିକା ନିର୍ମାଣରେ କାର୍ୟ୍ୟାଳୟ ଚକାଚକ କରି ଏସି ରୁମ ଭିତରେ ବସି କାର୍ୟ୍ୟ ସାରି ଦେଉଛନ୍ତି ଅଧିକାରୀ । ଜଳସେଚନ ସମସ୍ୟାର ସମାଧାନ କରିବା ତ ଦୂରର ଚାଷୀଙ୍କ କଥା ସମସ୍ୟା ସଂପର୍କରେ ଅବଗତ ପାଇଁ ବାବୁଙ୍କ ପାଖରେ ସମୟ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା