‘ମିଛ ମାମଲା ଛନ୍ଦି ଦିଆଯାଇଛି’

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ । ଗିରଫର ଘଣ୍ଟାଏ ପରେ ମିଳିଲା ଜାମିନ । କିନ୍ତୁ ସେ ଅଦାଲତରେ କହିଛନ୍ତି ଯେ ସେ କୌଣସି ଅପରାଧ କରିନାହାନ୍ତି। ତାଙ୍କର ସମସ୍ତ ବ୍ୟବସାୟିକ ସଂକ୍ରାନ୍ତ ଦସ୍ତାବିଜ ଠିକ୍‌ଠାକ୍‌ ରହିଛି । କୌଣସି କ୍ଷେତ୍ରରେ ଜାଲିଆତି ହୋଇନାହିଁ। ଏ ବାବଦରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଟ୍ରମ୍ପ୍‌ ତାଙ୍କ ଯୁକ୍ତି ରଖି କହିଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କ ଟ୍ରମ୍ପ୍‌ଙ୍କ ବିରୋଧରେ ପ୍ରଥମ କରି ଏଭଳି ମାମଲା ରୁଜୁ କରାଯାଇଥିବା ବେଳେ ଏ ନେଇ କ’ଣ ପ୍ରମାଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ।

କେଉଁ ଆଧାରରେ ୩୦ରୁ ଅଧିକ ଅପରାଧିକ ମାମଲାରେ ତାଙ୍କୁ ଦୋଷୀ ଭାବେ ଦର୍ଶାଯାଇଛି ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଆଜି ଆନୁଷ୍ଠାନିକ ଗିରଫଦାରୀ ପୂର୍ବରୁ ଟ୍ରମ୍ପଙ୍କ ଓକିଲ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ମିଥ୍ୟା ମାମଲା ଛନ୍ଦି ଦିଆଯାଇଛି । ଆମେ ଏହାର ଦୃଢ଼ ମୁକାବିଲା କରିବୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ