ବାଲିଆପାଳ (ବଡ଼ ଖବର ବ୍ୟୁରୋ): ଚାଲିଛି ଜୁଆଖେଳ । ଜୁଆକୁ ସୁରକ୍ଷା ଦେଉଛି ପୋଲିସ। ଚନ୍ଦନ ପୂର୍ଣ୍ଣିମା ଉପଲକ୍ଷେ ଆଜିକୁ ପାଞ୍ଚ ଦିନ ଧରି ମେଳା ଭିତରେ ଚାଲିଛି ଜୁଆ ଖେଳ । ଏଭଳି ଦୃଶ୍ୟ ଦେଖବାକୁ ମିଳିଛି ବାଲିଆପାଳ ଥାନା ଅସ୍ତି ଗ୍ରାମପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ଠାରେ । ବାଲିଆପାଳ ପୋଲିସର ଜାଣତରେ ଏହି ବେଆଇନ ଜୁଆ ଖେଳ ହେଉଥିବା ଅଭିଯୋଗ ହେଉଛି। ସେପଟେ ଜୁଆ ଖେଳ ଚାଲିବା ପାଇଁ ପୋଲିସ ମୋଟା ଅଙ୍କର ଅର୍ଥ ନେଇଛି ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି।