Masthead

ଭକ୍ତ ପାଇଁ ଦିନେ ମହାପ୍ରଭୁ ବସିଥିଲେ ବାଲିରଥରେ

ପୁରୀ (ବଡ଼ ଖବର ବ୍ୟୁରୋ): ମନେପଡେ ବାଙ୍କି ମୁହାଣର କଥା । ଯେଉଁଠି ଗଢା ହୋଇଥିଲା ବାଲିରେ ତିନି ରଥ । ଭକ୍ତର ଭକ୍ତିରେ ନନ୍ଦିଘୋଷ ଛାଡି ମହାପ୍ରଭୁ ବିଜେ କରନ୍ତି ବାଲି ରଥରେ । ଯାହା ସମ୍ଭବ ହୋଇଥିଲା ଭକ୍ତ ବଳରାମ ଦାସଙ୍କ ପାଇଁ । ଭକ୍ତ ଓ ଭଗବାନଙ୍କ ନିବିଡ଼ ସମ୍ପର୍କର ଅନେକ କଥା କାହାଣୀ । ଅନନ୍ୟ ଭକ୍ତିର ଏମିତି ଉଦାହରଣ, ପଞ୍ଚସଖା ଯୁଗର ଭକ୍ତ ବଳରାମ ଦାସ । ଭକ୍ତି ଭାବନାର ଜ୍ୱଳନ୍ତ ଉଦାହରଣ । ଏମିତି ଜଣେ ଭକ୍ତ ଥିଲେ ଯାହାଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଓହ୍ଲାଇ ଆସିଥିଲେ ନନ୍ଦିଘୋଷରୁ । ଆଉ ବସିଥିଲେ ଭକ୍ତ ବଳରାମ ଗଢିଥିବା ବାଲିରଥରେ ।

ବଳରାମଙ୍କ ଭକ୍ତି ଦେଖିଲେ ଯିଏ କେହି ବି ଆଶ୍ଚର୍ୟ୍ୟ ହୋଇଯିବେ । ମହାପ୍ରଭୁଙ୍କ ପ୍ରତି ଅଗାଢ ଭକ୍ତି ପାଇଁ ସହି ପାରୁନଥିଲେ ବଳରାମ ଦାସଙ୍କୁ । କିନ୍ତୁ ବଳରାମଙ୍କ ଏଥିରେ କୌଣସି ଫରକ ପଡୁନଥିଲା । ସବୁବେଳେ ମହାପ୍ରଭୁଙ୍କ ଗୁଣ ଗାନ କରିବାରେ ମଜ୍ଜି ରହୁଥିଲେ । ଦିନେ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବାକୁ ଇଚ୍ଛା କଲେ ଭକ୍ତ ବଳରାମ । ରଥ ପାଖରୁ ଗାଳି କରି ବଳରାମଙ୍କୁ ସେଠାରୁ ବିଦା କରିଦେଇଥିଲେ ମହାପ୍ରଭୁଙ୍କ ସେବାୟତ । ଭକ୍ତର ହୃଦୟକୁ ଭାରି ବାଧିଥିଲା ।

ରାଗ ଅଭିମାନରେ ବଳରାମ ଚାଲିଯାଇଥିଲେ ବାଙ୍କି ମୁହାଣକୁ । ଆଉ ଗଢିଥିଲେ ତିନିରଥ । ଭକ୍ତି ଭାବନାରେ ବାଲିରଥରେ ବସିବାକୁ ଅନୁରୋଧ କରିଥିଲେ ବଳରାମ । ଭକ୍ତର ଡାକ ଶୁଣି ରହିପାରିଲେନି ମହାବାହୁ ଆଉ ନନ୍ଦିଘୋଷ ଛାଡି ବସିଥିଲେ ବଳରାମଙ୍କ ବାଲିରଥରେ। ଭକ୍ତର ଭକ୍ତିରେ ପ୍ରଚଣ୍ଡ ଶକ୍ତି । ରଥରୁ ଓହ୍ଲାଇ ଭକ୍ତର ବାଲିରଥରେ ବସିଲେ ମହାବାହୁ । ମହାପ୍ରଭୁଙ୍କ କରୁଣାରୁ ଅନେକ ଜଣାଣ ଲେଖିଛନ୍ତି ଭକ୍ତ ବଳରାମ । ଏବେ ବି ବଳରାମଙ୍କ ଭକ୍ତି ଓ ବିଶ୍ବାସ ଜଗନ୍ନାଥପ୍ରେମୀଙ୍କ ପାଇଁ ପ୍ରେରଣାଦାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ