Masthead

ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାଓ ନେତାଙ୍କ ଶେଷ ହାତ ଲେଖା । ଯବାନଙ୍କ ଗୁଳିରେ ମୃତ୍ୟୁ ପୂର୍ବରୁ ଡାଏରୀରେ ଶେଷ ଥର ପାଇଁ ଲେଖିଥିଲା ଶୀର୍ଷ ମାଓ ନେତା ବାସବରାଜୁ । ଅପରେସନ୍ ପରେ ଯବାନଙ୍କ ହାତରେ ଲାଗିଛି ମାଓ ସଙ୍ଗଠନ ମହାସଚିବ କେନ୍ଦ୍ରୀୟ ସମ୍ପାଦକ ବାସବ ରାଜୁର ଶେଷ ହାତ ଲେଖା। ଲୁଚି ଯାଅ, ଖୋଜି ଖୋଜି ମାରିବ ଡିଆରଜି । ଏନକାଉଣ୍ଟର ପୂର୍ବରୁ ଏମିତି କିଛି ଲେଖିଥିଲା ହାର୍ଡକୋର ମାଓନେତା ବାସବରାଜ ।

ମାଓ ନିପାତ ଅପରେସନ ଜୋରଦାର ଚାଲିଥିବା ବେଳେ ଏମିତି କିଛି ଲେଖିଥିଲା ମାଓନେତା ବାସବରାଜୁ । ସାଥି ମାଓବାଦୀଙ୍କୁ ଲୁଚି ଯିବାକୁ ପରାମର୍ଶ ଦେବା ସହ ଡିଆରଜି ଯବାନ ମାନେ ଖୋଜି ବାହାର କରିବେ ଏବଂ ଖୋଜି ଖୋଜି ମାରିବେ ବୋଲି ଚିଠିରେ ଲେଖିଥିଲେ ମାଓ ନେତା ବାସବରାଜୁ । ଛତିଶଗଡ଼ ଅବୁଝାମାଡ଼ ଜଙ୍ଗଲର ଜାଟଲୁ ଅଞ୍ଚଳରେ ବଡ଼ବଡ଼ ମାଓନେତା ଓ କମାଣ୍ଡର ଏକାଠି ହୋଇଥିବା ବେଳେ ବଡ଼ ଅପରେସନ କରିଥିଲେ ସୁରକ୍ଷାକର୍ମୀ ।

ଛତିଶଗଡ଼ର ନାରାୟଣପୁର ସମେତ ଦାନ୍ତେୱାଡ଼ା ଓ କୋଣ୍ଡାଗାଓଁର ଡିଆରଜି ଯବାନଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ମାଓବାଦୀଙ୍କୁ ନିପାତ କରାଯାଇଥିଲା । ଏନକାଉଣ୍ଟରରେ ମାଓ ସଂଗଠନର ବଡ଼ନେତା ନମ୍ବାଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ ୨୭ କ୍ୟାଡର ମାଓବାଦୀ ନିହତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା