Masthead

ରାଜନୀତିର ସେଣ୍ଟରେ ‘ଗନ୍ଧମାର୍ଦ୍ଦନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିକୁ ଫେରିଲା ଗନ୍ଧମାର୍ଦ୍ଦନ ତାତି । ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ । ଓଡ଼ିଶା ପଲିଟିକ୍ସରେ ଲାଗିଲା ନିଆଁ । ସନେ୍ଦହ ପ୍ରକଟ କଲେ ବିରୋଧୀ । ବିଜେଡିର ପଶ୍ଚିମ ଓଡ଼ିଶା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଗନ୍ଧମାର୍ଦ୍ଦନରେ ବକ୍ସସାଇଟ ଭରପୁର । ଆର୍ନ୍ତଜାତୀୟ ଓ ଜାତୀୟ ସ୍ତରର ବହୁତ କମ୍ପାନୀ ଖନନ ପାଇଁ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଗୃହମନ୍ତ୍ରୀ କେଉଁ ଉଦେଶ୍ୟରେ ଆସିବେ, କେବେ ଆସିବେ, କାହିଁକି ଆସିବେ? ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଆସିବେ କି ହସ୍ତାନ୍ତର କରିବାକୁ ଆସିବେ, ତାହାକୁ ସ୍ପଷ୍ଟ କରିବାର ଅଛି ।

ସାଧାରଣ ଜନତାଙ୍କ ଭିତରେ ସନେ୍ଦହ ପ୍ରକଟ ହେଲାଣି କହି ସାଂସଦଙ୍କ ଭେଟଘାଟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା କଥା । ପାହାଡ଼ରେ ଔଷଧୀୟ ବୃକ୍ଷ ସହ ପା୍ରକୃତିକ ସମ୍ପଦ ଭରିରହିଛି । ସୋମବାର ସଂସଦରେ ସାଂସଦ ପ୍ରଦୀପ ପୁରୋହିତ ପର୍ବତର ସୁରକ୍ଷା ପାଇଁ ଶାହଙ୍କ ସହାୟତା ଲୋଡ଼ିଥିଲେ । ଗୃହମନ୍ତ୍ରୀଙ୍କୁ ଭେଟି କହିଥିଲେ କି ଅତୀତରେ ସରକାରମାନେ ଏହି ମୂଲ୍ୟବାନ ପର୍ବତକୁ ନେଇ ଚକ୍ରାନ୍ତ କରିଥିଲେ । ଗନ୍ଧମାର୍ଦ୍ଦନ ପର୍ବତକୁ ନେଇ ଯେବେ ଆଶା ଆଶଙ୍କା ସୃଷ୍ଟି ହୁଏ ସେବେ ଆଗେଇ ଆସନ୍ତି ପର୍ବତ ରକ୍ଷାକରୀ । ଯାହା ଫଳରେ ନିଏ ଅନେ୍ଦାଳନର ରୂପ । ପାହାଡକୁ ନେଇ ଏବେ ଯେଉଁ ପ୍ରଶ୍ନ ଉଠୁଛି ତାହାର ବାସ୍ତବତା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ