Masthead

ଭୂପିନ୍ଦରଙ୍କ ପାଣ୍ଡିଆନ ପ୍ରୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଦଳକୁ ହରାଇଲେ, ନେତାଙ୍କୁ ବୁଡ଼ାଇଲେ । ବିଜେଡିରେ କିନ୍ତୁ କମିନି ପତିଆରା ।  ପାଣ୍ଡିଆନଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ନେତା। ଶଙ୍ଖ ଦଳରେ ଏବେ ବି ରହିଛି ଭୈରବଙ୍କ ପତିଆରା । ଟିକେଟ କାଟି ଲୋକପ୍ରତିନିଧି ବନିବାରୁ ବଞ୍ଚିତ ରଖିଥିବା ବ୍ୟକ୍ତିଙ୍କ ପାଇଁ ଏତେ ଦରଦ ନେତାଙ୍କ ଭିତରେ ଆସୁଛି କେମିତି । ବିଜେଡି ଶିବିରରେ ପାଣ୍ଡିଆନ ବିରୋଧୀଙ୍କ ଭିତରେ ଆଲୋଚନାର ବିଷୟ ପାଲଟିଛି ।

କଂଗ୍ରେସରୁ ଯାଇ ବିଜେଡିର ଆଗ ଧାଡ଼ିର ନେତା ବନିଥିବା ଭୂପିନ୍ଦର ସିଂଙ୍କ ବୟାନ ଅଣଓଡ଼ିଆଙ୍କ ପାଇଁ ଥିବା ପ୍ରୀତି ଏବେ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପାଣ୍ଡିଆନକୁ ନେଇ ପଲିଟିକ୍ସରେ ଲାଗିରହିଥିବା ଆଲୋଚନା ଆଉ ଏକ ଦିଗକୁ ନେଇଛି । ପାଣ୍ଡିଆନଙ୍କୁ ନେଇ ଦୁଇଟି ପ୍ରସଙ୍ଗରେ ରଖିଛନ୍ତି ମତ । ଭୂପିନ୍ଦର କହିଛନ୍ତି ସନ୍ୟାସୀ ନେଲେ ବୋଲି କଣ ତାଙ୍କୁ ଯିଏ ଯାହା କହିବେ ତାର ସେ ଉତ୍ତର ଦେବେ ନାହିଁ? ଖାଲି ସେତିକି ନୁହେଁ ପାଣ୍ଡିଆନ ସୁପର ସିଏମ କି ନାହିଁ ତାକୁ ନେଇ ବି ନିଜର ମୁହଁ ଖୋଲିଛନ୍ତି ଭୂପିନ୍ଦର । କହିଛନ୍ତି ତାହା କିଏ କଣ ପାଇଁ କହିଛି । ବିଜେଡି ହାରିବା ପଛରେ ନିଜର ଭୂମିକା ରହିଥିବା କଥା କହି ରାଜନୀତିରୁ ସନ୍ୟାସୀ ନେଇ ରୁଦ୍ଦ୍ୱକୁ ଚାଲିଯାଇଥିଲେ ବାବୁ ପାଣ୍ଡିଆନ ।

ପାଖାପାଖି ୬ମାସରୁ ଅଧିକ ସମୟ ତାଙ୍କର ନଥିଲା ଖୋଜ ଖବର । କିନ୍ତୁ ଅସନ୍ତୋଷ ଗୋଷ୍ଠି ମେଳିବାନ୍ଧିବା ଦେଖି ଚିନ୍ତାରେ ପଡିଛନ୍ତି ଭୈରବ । ସେଥିରୁ କୁଆଡେ ବଞ୍ଚିବା ଓ ରାଜନୀତିର ଅଭିଳାଷ ପୂରଣ ପାଇଁ ପୁଣି ପଦାକୁ ଗୋଡ କାଢିଛନ୍ତି ଅଣ ଓଡ଼ିଆ । ସେଥିପାଇଁ ନିଜର ଦଳରେ ରହିଥିବା ସ୍ଲିପର ସେଲଙ୍କୁ ଆକ୍ଟିଭ କରିଦେଲେଣି କି? ଯାହାକୁ ନେଇ ଦଳରେ ଭରି ରହିଥିବା ପାଣ୍ଡିଆନ ହଟାଅ ଗୋଷ୍ଟୀ କୁଆଡେ ରାଗିପାଚି ନିଆଁ । ସମୟ ଏବଂ ସୁଯୋଗର ଛକିବସିଥିବା ଚାରିଆଡେ ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା