ପ୍ରଚାରପ୍ରସାର ଓ ବିଜ୍ଞାପନ ବାବଦକୁ ୫ ବର୍ଷକୁ ଖର୍ଚ୍ଚ ହୋଇଛି ୮୩ କୋଟି “

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଚାର ପ୍ରସାରରେ ମାତିଛନ୍ତି ରାଜ୍ୟ ସରକାର । ନିର୍ବାଚନୀ ବର୍ଷରେ ବିଜ୍ଞାପନ ବାବଦରେ ରେକର୍ଡ ଖର୍ଚ୍ଚ । ୨୦୨୩-୨୪ ମସିହା ୯ ମାସରେ ସରକାର ଖର୍ଚ୍ଚ କରିଛନ୍ତି ୨୦ କୋଟି । ବିଧାନସଭାରେ ବିଜେପି ବିଧାୟିକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ।

୨୦୨୩-୨୪ରେ ପ୍ରଚାର ପ୍ରସାର ଓ ବିଜ୍ଞାପନ ବାବଦକୁ ୭୪ କୋଟି ୮୦ ଲକ୍ଷ ବ୍ୟୟବରାଦ କରିଥିବା ବେଳେ ୯ ମାସରେ ଖର୍ଚ୍ଚ କରିଛନ୍ତି ପ୍ରାୟ ୧୯ କୋଟି ୪୦ ଲକ୍ଷ ଟଙ୍କା । ମୁଦ୍ରିତ ଗଣମାଧ୍ୟମରେ ୧୭ କୋଟି ୪୩ ଲକ୍ଷ, ବୈଦ୍ୟୁତିକ ଗଣମାଧ୍ୟମକୁ ୩୧ ଲକ୍ଷ ଦିଆଯାଇଛି । କେବଳ ହୋର୍ଡିଙ୍ଗ ଆଉ ଆଉଟଡୋର ବ୍ରାଣ୍ଡିଂରେ ୧ କୋଟି ୯୩ ଲକ୍ଷ ଖର୍ଚ୍ଚ କରିଛନ୍ତି ସରକାର ।

ଗତ ୫ ବର୍ଷରେ ପ୍ରଚାର ପ୍ରସାର ବାବଦକୁ କେବଳ ସୂଚନା ଓ ଲୋକସଂପର୍କ ବିଭାଗ ଖର୍ଚ୍ଚ କରିଛି ପ୍ରାୟ ୮୩ କୋଟି ଟଙ୍କା । କିନ୍ତୁ ଗତ ୫ ବର୍ଷରେ ଚଳିତ ବର୍ଷ ସର୍ବାଧିକ ଥିବାବେଳେ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଏହା ଢେର ଅଧିକ ରହିଛି । ଏହାବାଦ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀକୁ ନେଇ ଅନ୍ୟ ବିଭାଗ ଗୁଡିକ ମଧ୍ୟ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ