Masthead

୩୭ ବର୍ଷ ଧରି ସଙ୍ଘର ଦାୟିତ୍ୱ ନେଲେ, ଏବେ ପ୍ରଚ୍ଛଦ ପଟରେ ରହି କାମ କରୁଛନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ଟ୍ରକ ମାଲିକ ସଙ୍ଘଠାରୁ ଅର୍ଥ ଆଦାୟ କରି ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା । କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । କଂଗ୍ରେସ । ସାଧାରଣ ଲୋକଙ୍କ ପାଇଁ ଗୋଟେ, ସରକାରୀ ଦଳ ପାଇଁ ଗୋଟେ ଆଇନ ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ୱର ବେହେରା । ରାଜ୍ୟରେ ଆଇନର ଶାସନ ନାହିଁ । ଓଡ଼ିଶାରେ ନକ୍ସଲ ମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବିଜେଡି ଦଳର ନେତା ପୂର୍ବତନ ସାଂସଦ ଭାସ୍କର ରାଓ । ଟ୍ରକ ମାଲିକ ସଙ୍ଘ ସଦସ୍ୟ ମାନେ ରାୟଗଡା ଥାନାରେ ଏତଲା ଦେଇଛନ୍ତି ।

୧୮ ତାରିଖରେ ଏଫଆଇଆର ଦିଆଯାଇଛି । କିନ୍ତୁ ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ । ୩୭ ବର୍ଷ ଧରି ସେ ସଙ୍ଘର ଦାୟିତ୍ୱ ନେଲେ । ଏବେ ପ୍ରଚ୍ଛଦ ପଟରେ ରହି କାର୍ୟ୍ୟ କରୁଛନ୍ତି । ସରକାରୀ ଦଳର ନେତା ନକ୍ସଲଙ୍କୁ ଦେଉଛନ୍ତି ଆର୍ଥିକ ସହାୟତା । ଏମାନେ ସରକାରୀ ଦଳର ଶ୍ରୀକୃତି ପ୍ରାପ୍ତ ନେତା ସେଥିପାଇଁ ସରକାର ନିରବ । ଟ୍ରକ ସଙ୍ଘ ସଦସ୍ୟ କହିଛନ୍ତି ଆମ ଠାରୁ ଚାନ୍ଦା ଆଦାୟ କରି ନକ୍ସଲଙ୍କୁ ଦେଉଛନ୍ତି ଭାସ୍କର ରାଓ । … ସରକାର ନକ୍ସଲ ମାନଙ୍କ ବିରୋଧରେ ଲଢ଼ୁଛନ୍ତି ତେବେ ଏ କେଉଁ ପ୍ରକାର କାର୍ଯ୍ୟ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଗୋଟିଏ ପଟେ ନକ୍ସଲ ବିରୁଦ୍ଧରେ ଲଢ଼ିବା କଥା କହୁଥିବା ବେଳେ ଶାସକ ଦଳର ବରିଷ୍ଠ ନେତା ଚାନ୍ଦା ଆଦାୟ କରି ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବୋଲି ଅଭିଯୋଗ ଆଣିଲା କଂଗ୍ରେସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା