Masthead

ଏମିତି ବି ଭୋଟ ଦେବା ନିଶା…

ହିମାଚଳ ପ୍ରଦେଶ (ବଡ଼ ଖବର ବ୍ୟୁରୋ): ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଚାଲିଛି। ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ ଆସନରେ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାରି ଭିତରେ ହିମାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ମତଦାନ ଜୋର୍‌ସୋରରେ ଚାଲିଛି। ମଣ୍ଡି, ଶିମ୍‌ଲା, ହମିରପୁର ଏବଂ କାଙ୍ଗରା ଲୋକ ସଭା ଆସନରୁ ଭୋଟ୍‌ ଦେବାର ଫଟୋ ଏବଂ ଭିଡିଓ ଲଗାତର ସାମ୍ନାକୁ ଆସୁଛି। ତେବେ ଗଣତନ୍ତ୍ରର ଏହି ମହାନ ପର୍ବର ସବୁଠାରୁ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ହିମାଚଳ ପ୍ରଦେଶର ବିଳାସପୁର ଜିଲାରୁ ଆସିଛି।

ଯେଉଁଠାରେ ଜଣେ ୭୨ ବର୍ଷୀୟା ବୃଦ୍ଧା ଭୋଟ୍‌ ଦେଇଛନ୍ତି। ସେ ଭୋଟ୍‌ ଦେବା ଏବେ ଚର୍ଚ୍ଚାରେ ରହିଛି। କାରଣ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଭୋଟ୍‌ ଦେବାକୁ ଅଣାଯାଇଥିଲା। ବୃଦ୍ଧାଙ୍କ ପାଟିରେ ଏକ ଅମ୍ଳଜାନ ମାସ୍କ ସହ ଏକ ଅମ୍ଳଜାନ ସିଲିଣ୍ଡର ମଧ୍ୟ ଲଗାଇଯାଇଛି । ଅସୁସ୍ଥ ଥିବା ସତ୍ତ୍ୱେ ବିମ୍‌ଲା ଶର୍ମା ହିମାଚଳ ପ୍ରଦେଶର ହମିରପୁର ସଂସଦୀୟ ନିର୍ବାଚନମଣ୍ଡଳୀ ବିଳାସପୁର ଜିଲାର ଚୁଆଡି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେ ଆସି ଅମ୍ଳଜାନ ସିଲିଣ୍ଡର ସହିତ ଭୋଟ୍‌ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା