Masthead

ପୁଅ ଆଗରେ ମା’କୁ ଗଣବଳତ୍କାର

ବସ୍ତର,(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର ହାଥରସ ଗଣବଳତ୍କାର ଓ ହତ୍ୟା ନିଆଁ ଲିଭିନି । ଏହି ଘଟଣା ରାଜ୍ୟ ସରକାରଙ୍କ ମୁହଁରେ କାଳି ବୋଳି ଦେଇଛି । ଉଠୁଛି ପଡ଼ୁଛି ସାରା ଦେଶ । କଂଗ୍ରେସ କରିଛି ପ୍ରସଙ୍ଗ । ତେଣେ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଜାରି କରିଛନ୍ତି ନୂଆ ଗାଇଡ଼ ଲାଇନ । ଏହା ସତ୍ତେ୍ୱ ଆଜି ବିହାରର ବସ୍ତର ଜିଲ୍ଲା ଅର୍ନ୍ତଗତ ଓଝାବାରଙ୍ଗ ଗାଁରେ ଘଟିଛି ଆଉ ଏକ ଲୋମହର୍ଷଣକାରୀ ଘଟଣା ।
ଜଣେ ମହିଳାଙ୍କୁ ତାଙ୍କ ପୁଅ ଆଗରେ କିଛି ଦୁବୁର୍ତ୍ତ କରିଥିଲେ ଗଣବଳତ୍କାର । ମା’ର କଷ୍ଟ ସହିପରି ନଥିଲା ନିଷ୍ପାପ ବାଳକ । ଜୋରରେ କରିଥିଲା ଚିକ୍ରାର । ତାର କୋମଳ ହୃଦୟରେ ଜଳିଥିଲା ପ୍ରତିଶୋଧର ନିଆଁ । କୁନି କୁନି ହାତରେ ବଳତ୍କାରୀଙ୍କୁ କରିଥିଲା ଆକ୍ରମଣ । ପାରିଲାନି, ହାରିଗଲା । ଜଣେ    ବଳତ୍କାରୀ ର  ଚାପୁଡାରେ ସବୁଦିନ ପାଇଁ ସେ ଆଖି ବୁଜିଦେଲା । ଆଉ ସଜ୍ଞାହୀନ ମହିଳା ଓ ତାଙ୍କ ଶିଶୁପୁତ୍ରକୁ ଦୁବୁର୍ତ୍ତମାନେ ନିକଟସ୍ଥ ନଦୀକୁ ଫୋପାଡ଼ି ଦେଇ ଫେରାର ହୋଇଯାଇଛନ୍ତି ।
ନଦୀରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖି କେହି ଜଣେ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ । ପହଞ୍ଚିଥିଲା ପୋଲିସ । ମା’ ପୁଅଙ୍କୁ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ସେ ଗୁରୁତର ଅଛନ୍ତି । ଉଦ୍ଧାର ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଡ଼ାକ୍ତରଖାନାକୁ ପଠାଇଛି ।

ପୋଲିସ କହିଛି ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଛି । ପୀଡ଼ିତିଙ୍କର ଡ଼ାକ୍ତରୀମାଇନା ସରିଛି । ଜଣେ ଅଭିଯୁ୍କ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି । ଏହି ଘଟଣା ବିଜୁଳି ବେଗରେ ବ୍ୟାପିବାରୁ ବିହାର ରାଜନୀତି ସରଗରମ ହୋଇଉଠିଛି । ବିହାରରେ ବିଧାନସଭା ନିର୍ବାଚନ ଥିବାରୁ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା