Masthead

କରୋନା ସମୟରେ ନିର୍ବାଚନ ଆୟୋଗଙ୍କ ନୂଆ ନିୟମ

ଦିଲ୍ଲୀ, (ବଡ଼ ଖବର ବ୍ୟୁରୋ) : କରୋନା ମହାମାରୀ ସମୟରେ ଚାଲିଥିବା ଏବଂ ଭବିଷ୍ୟତରେ ହେବାକୁ ଥିବା ନିର୍ବାଚନ ପାଇଁ ତାରକା ପ୍ରଚାରକମାନଙ୍କ ମାନଦଣ୍ଡକୁ ନିର୍ବାଚନ ଆୟୋଗ ସଂଶୋଧନ କରିଛନ୍ତି । ମହାମାରୀ ସମୟରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳଗୁଡିକ ପାଇଁ ସର୍ବାଧିକ ୩୦ ତାରକା ପ୍ରଚାରକ ଏବଂ ଅଣ-ସ୍ୱୀକୃତିପ୍ରାପ୍ତ ପଞ୍ଜୀକୃତ ରାଜନୈତିକ ଦଳଗୁଡିକ ପାଇଁ ୧୫ ତାରକା ପ୍ରଚାରକଙ୍କୁ ସ୍ଥିର କରାଯାଇଛି। ନିର୍ବାଚନ ସମୟରେ ଦଳମାନେ ଫିଲ୍ମ କଳାକାରଙ୍କଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରରୁ ସେଲିବ୍ରିଟିମାନଙ୍କୁ ଷ୍ଟାର ପ୍ରଚାରକ ଭାବରେ ନେଇଆସୁଛନ୍ତି । କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବର୍ତ୍ତମାନ ଏହି ନୂତନ ନିୟମ ଜାରି କରିଛନ୍ତି । ଏହାପୂର୍ବରୁ ଅଗଷ୍ଟ ୨୧ରେ ଆୟୋଗ ‘କରୋନା ଯୁଗରେ’ ନିର୍ବାଚନ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଥିଲା। ବିହାର ବିଧାନସଭା ନିର୍ବାଚନ ଏବଂ ଅନ୍ୟାନ୍ୟ ଉପ-ନିର୍ବାଚନ ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବର୍ତ୍ତମାନ ପ୍ରାର୍ଥୀଙ୍କ ସମେତ କେବଳ ପାଞ୍ଚଜଣ ଲୋକ ଘର ଘର ବୁଲି ପ୍ରଚାର ଅଭିଯାନରେ ଅଂଶଗ୍ରହଣ କରିପାରିବେ। ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଓ ତତ୍ଜନିତ ଟଙ୍କା ଅନଲାଇନରେ ଦାଖଲ କରିପାରିବେ । ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡିକର କରୋନା ଉପରେ ଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋକୁ ଅନୁମତି ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ