Masthead

ଚାରି ସନ୍ଦିଗ୍ଧ ଗିରଫ, ଦେଶଦ୍ରୋହ ମାମଲା ରୁଜୁ କଲା ପୋଲିସ

ମଥୁରା(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ମଣ୍ଟ ଟୋଲପ୍ଲାଜାରେ ଧରାପଡିଛନ୍ତି ଚାରି ସନ୍ଦିଗ୍ଧ । ଖବର ସଂଗ୍ରହ ବାହାନାରେ ସେମାନେ ଏକ କାରରେ ହାଥରସ ଯାଉଥିଲେ । ସେଠାର ଦଙ୍ଗା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ସେମାନେ ପିଏଫଆଇ(ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ) ଓ ସିଏଫ୍ଆଇ(କ୍ୟାମ୍ପସ ପ୍ରଣ୍ଟ ଅଫ୍ ଇଣ୍ଡିଆ) ସଂଗଠନ ସହିତ ଜଡିତ । ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପରେ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଅଛନ୍ତି । ପୁଲିସ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ।
ହାଥରସରେ ଧାର୍ମିକ ଉତ୍ତେଜନା ଓ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଏହି ସନ୍ଦିଗ୍ଧମାନେ ବିଦେଶୀ ପୁଞ୍ଜି ସଂଗ୍ରହ କରିଥିବା ମଥୁରା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।
ସବଇନ୍ସପେକ୍ଟର ପ୍ରବଳ ପ୍ରତାପ ସିଂ ବୁଧବାର ମାମଲା ଦାୟର କରିଛନ୍ତି। ଏହି ମାମଲାର ତଦନ୍ତ ଦାୟିତ୍ୱ ପୁଲିସ ଅଫିସର ଭୀମ ସିଂ ଜାଭଲାଙ୍କୁ ଦିଆଯାଇଛି। ବୁଧବାର ଏହି ସନ୍ଦିଗ୍ଧମାନଙ୍କୁ ସିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ପୋଲିସ କହିଛି ଯେ ଏହି ସନ୍ଦିଗ୍ଧମାନେ ହାଥରସ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ । ଅଭିଯୁକ୍ତ ସାମ୍ବାଦିକ ହେଉଛନ୍ତି କାର୍ଡେ-କୋ ନାମକ ଏକ ୱେବସାଇଟର ଅପରେଟର । ଏହି ୱେବସାଇଟ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି । ପୋଲିସ କହିଛି ଏହି ୱେବସାଇଟ୍ ସ୍ୱଚ୍ଛ ନୁହେଁ । ଦେଶରେ ଦଙ୍ଗା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।

ଗିରଫ ବ୍ୟକ୍ତିମାନେ ହେଲେ ମୁଜାଫରନଗର ରତନପୁରୀର ରାଉନାକ ଅଲି, କେରଳ ମଲାପୁରାମର ମହମ୍ମଦ ଚାରୁର, ମାସୁଦ ଅହମ୍ମଦ ଓ ଲାଇକ ପହଲୱାନ । ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ କିଛି ପୁସ୍ତିକା ଜବତ ହୋଇଛି । ଜେରା ବେଳେ ସେମାନେ ପିଏଫଆଇ ଏବଂ ଏହାର ସହଯୋଗୀ ସଂଗଠନ କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ ସହ ଜଡିତ ଥିବା ସ୍ୱୀକାର କରିଛନ୍ତି । ପୋଲିସ ପୂରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି