Masthead

ଘଣ୍ଟେଶ୍ୱର ଡିଗ୍ରୀ କଲେଜର ସଫଳତା

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଛାତ୍ରୀ ପ୍ରତିମା ଭାରତୀ ସ୍ନାତକ ପରୀକ୍ଷାର ସଂସ୍କୃତ ସମ୍ମାନରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଟପ୍ପର ହୋଇଛନ୍ତି। ପ୍ରତିମା ୮୫.୭୨ ପ୍ରତିଶତ ନମ୍ବର ରଖି ଏହି ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି। ସୂଚନା ଥାଉକି, ପ୍ରତିମା +୨ ରେ ମଧ୍ୟ ୬୦୦ରୁ ୪୫୬ ମାର୍କ ରଖି ଘଣ୍ଟେଶ୍ୱର ଜୁନିଅର କଲେଜ ଟପ୍ପର ହୋଇଥିଲେ । ପ୍ରତିମା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳ କେଶରପୁର ଗାଁର ଗଙ୍ଗାଧର ଭାରତୀ ଓ କୁସୁମ ଭାରତୀଙ୍କ ଝିଅ। ନିଜ ସଫଳତା ପାଇଁ ପ୍ରତିମା ବାପା, ମା’ଙ୍କ ସହ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

ପ୍ରତିଦିନ ୬ରୁ ୮ ଘଣ୍ଟା ପାଠ ପଢୁଥିଲେ ବୋଲି  କହିଛନ୍ତି। ଭଲ ନମ୍ବରରେ ପାସ୍ କରିବେ ବୋଲି ତାଙ୍କର ବିଶ୍ୱାସ ଥିଲା, କିନ୍ତୁ ଟପ୍ପର ହୋଇଥିବା ଜାଣିବା ପରେ ସେ ବହୁତ୍ ଖୁସିଥିବା କହିଛନ୍ତି। ପରିବାର ଓ ତାଙ୍କ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତାଙ୍କୁ ପାଠ ପଢ଼ାରେ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭବିଷ୍ୟତରେ ଶିକ୍ଷକତା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରତିମା କହିଛନ୍ତି। ଏହି ସଫଳତା ପରେ ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଅଧ୍ୟକ୍ଷ ବିଜୟ କୁମାର ଦାସ, ସଂସ୍କୃତ ଅଧ୍ୟାପକ ଡ. ରାଧାପଦ ଘୋଷ ଓ ଶିକ୍ଷକ ଅଭାୟକାନ୍ତ ପଣ୍ଡା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ