Masthead

ମନ୍ଦିରରେ ପହଞ୍ଚିଲା ରାମଲାଲାଙ୍କ ବିଗ୍ରହ, ‘ଜୟ ଶ୍ରୀରାମ’ ନାରାରେ କମ୍ପିଲା ସାରା ଅଯୋଧ୍ୟା

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ଯେଇଁ ଦିନକୁ ସାରା ବିଶ୍ୱବାସୀ ଉତ୍ସାହର ସହ ଚାହିଁ ରହିଥିଲେ, ସେହି ମୁହୂର୍ତ୍ତ ଆସି ପହଞ୍ଚିଯାଇଛି । ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ପ୍ରବେଶ କଲେ ଭଗବାନ ରାମଲାଲା । ଏକ ବଡ଼ କ୍ରେନ୍‌ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି । ପ୍ରଥମେ ଏକ ଟ୍ରକ୍ ସହାୟତାରେ ରାମ ପଥ ଦେଇ ରାମଲାଲାଙ୍କ ବିଗ୍ରହକୁ ମନ୍ଦିର ପରିସରକୁ ନିଆଯାଇଥିଲା। ପୁଣି ମନ୍ଦିର ପରିସରରେ ଏକ କ୍ରେନ୍ ସହାୟତାରେ ଟ୍ରକରୁ ରାମଲାଲାଙ୍କ ବିଗ୍ରହ ନିଆଯାଇ ମନ୍ଦିର ମଧ୍ୟରେ ସ୍ଥାପନ କରାଯାଇଛି । କୃଷ୍ଣଶିଳାରେ ନିର୍ମିତ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ୫୧ ଇଞ୍ଚ ଉଚ୍ଚ ଏବଂ ପ୍ରାୟ ୨ କୁଇଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଟ୍ରକରେ ଢାଙ୍କି ମନ୍ଦିର ପରିସରକୁ ଅଣାଯାଇଥିଲା।

କଡ଼ା ସୁରକ୍ଷା ବଳୟରେ ମୂର୍ତ୍ତି ନିର୍ମାଣ ସ୍ଥଳରୁ ମନ୍ଦିର ପରିସରକୁ ଅଣାଯାଇଥିଲା । ଏ ଦୃଶ୍ୟ ଦେଖି ଭାବବିହ୍ୱଳ ହେବା ସହିତ ଜୟ ଶ୍ରୀରାମ ନାରା ଦେଇଥିଲେ ଅଯୋଧ୍ୟାବାସୀ। ଆଜି ଦ୍ୱିପ୍ରହରରେ ମନ୍ଦିରର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ । ଏହାପୂର୍ବରୁ ରାମ ଲଲାଙ୍କ ଆସନ ମଧ୍ୟ ତିଆରି ସରିଛି । ରାମଲଲାଙ୍କ ଆସନ ୩ ଦଶମିକ ୪ଫୁଟ ଉଚ୍ଚ ରହିଛି । ଯାହାକୁ ମକରାନା ପଥରରେ ତିଆରି କରାଯାଇଛି । ଶ୍ରୀରାମଙ୍କ ମୂର୍ତ୍ତି ମନ୍ଦିର ପ୍ରବେଶ ପୂର୍ବରୁ ପୁରା ରାମ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା । ଗେଟରୁ ଆରମ୍ଭ କରି ମନ୍ଦିର ପରିସର ଯାଏଁ ସରଜୁ ନଦୀର ପାଣି ଧୁଆଯାଇଥିଲା । ଏହାପରେ ପୂଜାର୍ଚ୍ଚନା କରେ କ୍ରେନ ସାହାଯ୍ୟରେ ପ୍ରତିମୂର୍ତ୍ତିକୁ ମନ୍ଦିର ପ୍ରବେଶ କରାଯାଇଛି । ବୁଧବାର ସକାଳେ ଶ୍ରୀରାମଙ୍କ ପ୍ରତୀକ ମୂର୍ତ୍ତିକୁ ମନ୍ଦିର ପରିକ୍ରମା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ