Masthead

ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ, ଏବେ ସୁଦ୍ଧା ଭାରତକୁ ୮୨ ପଦକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣରେ ଭାରତ ନିଜର ଆଧିପତ୍ୟ ବଜାୟ ରଖିଛି। ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ ମିଳିଛି ।ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ମଧ୍ୟ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ମଧ୍ୟ ଭାରତର ଖାତାକୁ ଆସିଥିଲା। ସେହିପରି ୪୪୦୦ ରିଲେରେ ପୁରୁଷ ଦଳ ମଧ୍ୟ ଭାରତ ପାଇଁ ସୁନା ଜିତିଥିଲା । ଏସୀୟ କ୍ରୀଡ଼ାରେ ମଧ୍ୟ ସ୍କ୍ୱାସ୍ ପକ୍ଷରୁ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ସିଙ୍ଗଲ୍ସ ସ୍କ୍ୱାସ୍ ଫାଇନାଲରେ ସୌରଭ ଘୋଷଲଙ୍କ ଠାରୁ ସମସ୍ତେ ସ୍ୱର୍ଣ୍ଣ ଆଶା ରଖିଛନ୍ତି। ଏହାବ୍ୟତୀତ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୁଖ ଦାବିଦାର ଦୀପିକା ପଲ୍ଲିକଲ ଓ ହରିନ୍ଦର ପାଲଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ସେହିପରି ମହିଳା ହକି ଦଳ ଉପରେ ଆଶା ରହିଛି । ସେମିଫାଇନାଲରେ ଟିମ୍ ଇଣ୍ଡିଆ ଆୟୋଜକ ଚୀନକୁ ଭେଟିବ। ଭାରତ ପର୍ଯ୍ୟନ୍ତ ୧୯ ସ୍ୱର୍ଣ୍ଣ, ୩୧ ରୌପ୍ୟ ଓ ୩୨ କାଂସ୍ୟ ସହ ମୋଟ ୮୨ ପଦକ ଜିତିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା