Masthead

ସାବାସ୍ ମୋନାଲିସା

ଯାଜପୁର (ବଡ଼ ଖବର ବ୍ୟୁରୋ): ଆଜିର ମହିଳା ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି । ତାହା ଅନେକ କ୍ଷେତ୍ରରେ ପ୍ରମାଣିତ ହୋଇସାରିଛି । ଆକାଶରେ ଉଡିବାଠୁ ପାଣିରେ ବୁଡିବା ପର୍ଯ୍ୟନ୍ତ ସବୁଠି ଏବେ ମହିଳାଙ୍କ ପତିଆରା ଜାହିର ହେଲାଣି । ମହିଳାଙ୍କ ଦାୟିତ୍ୱ ଯେ କେବଳ ଘରର ଚାରି କାନ୍ଥ ଭିତରେ ସୀମିତ ତାହା ନୁହଁ ମହିଳା ମାନେ ଏବେ ଘରର ଦାଇତ୍ଵ ନେବା ସହ ସମାଜର ବିଭିନ୍ନ ଗୁରୁତ୍ଵପୂଣ୍ଣ ଭୁମିକା ଗ୍ରହଣ କଲେଣି। ଘୋଡା ଚଡା ଠାରୁ ଆରମ୍ଭ କରି ଟ୍ରକ,ବସ  ଓ ଟ୍ରାକ୍ଟର ଚଲାଉଛନ୍ତି ଜଣେ ମହିଳା। ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏଭଳି କିଛି ଦୁଃସାହସିକ କାର୍ଯ୍ୟ କରି ଦେଖାଇଛନ୍ତି ଯାଜପୁର ବ୍ଲକ ଜହଳ ଗ୍ରାମର ମୋନାଲିସା ଭଦ୍ର ।

ମହିଳା ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ତାହା ଅନେକ କ୍ଷେତ୍ରରେ ପ୍ରମାଣିତ ହୋଇସାରିଛି ।  ଯାଜପୁର ବ୍ଲକ ବେରୁଦା ପଂଚାୟତ ଜହଳ ଗ୍ରାମର  ବଦ୍ରି ନାରାୟଣଙ୍କ ପତ୍ନୀ ମୋନାଲିସା ଭଦ୍ର । ଜଣେ ଗୃହିଣୀ ହୋଇ ସେ ଘୋଡା ଚଡିବା ଠାରୁ ଆରମ୍ଭ କରି ଟ୍ରକ, ବସ ଓ ଟ୍ରାକ୍ଟର ଚଲାଇ ଚର୍ଚାରେ ଅଛନ୍ତି। ଏହି କାର୍ଯ୍ୟରେ ତାଙ୍କର ସ୍ୱାମୀ ଓ ଶାଶୁ ଶଶୁରଙ୍କ ରହିଛି ପ୍ରେରଣା । ଘର କାମ କରିବା ସହିତ ସେ କରୁଥିବା ଏଭଳି ଦୁଃଶାହାସିକ କାର୍ଯ୍ୟର ଭିଡିଓକୁ ୟୁଟୁବରେ ଅପଲୋଡ କରି ମାସକୁ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିପାରୁଛନ୍ତି । ଏହି ସମସ୍ତ କାମକୁ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ହିଁ ପରିଚାଳନା କରୁଛନ୍ତି ।  ପଶୁ ପକ୍ଷୀଙ୍କୁ ଭଲ ପାଇବା ସହିତ ସେମାନଙ୍କୁ ଖାଇବାକୁ ଦେବାର ଭିଡିଓ ସୁଟ କରି ୨୦୧୩ ମସିହାରେ ପ୍ରଥମେ ୟୁଟୁବରେ ଅପଲୋଡ କରିବା ପରେ ଭଲ ରେସପନ୍ସ ଆସିବାରୁ ପରେ ସେ ବୁଲେଟ ଚଲେଇବା ଠାରୁ ଆରମ୍ଭ କରି ଘୋଡା ଚଡିବା ଓ ବଡ ବଡ ଗାଡି ଚଲାଇ ସେସବୁ ଭିଡିଓକୁ ୟୁଟୁବରେ ଅପଲୋଡ କରୁଛନ୍ତି । ଯେଉଁଥିରେ ତାଙ୍କର ୨୨ ଲକ୍ଷରୁ ଉର୍ଦ୍ଧ ଭ୍ୟୁଅର ରହିଛନ୍ତି ।  ମହିଳାମାନେ କେବଳ ଘରେ ନୁହେଁ ପଦାକୁ ବାହାରି ପୁରୁଷଙ୍କ ସମକକ୍ଷ ହୋଇ ପାରିବେ ବୋଲି ମୋନାଲିସା କହିଛନ୍ତି ।

ଗ୍ରାମାଞ୍ଚଳରେ ରହୁଥିବା ଜଣେ ସାଧାରଣ ଘରର ବୋହୁ  ଘରର ସମସ୍ତ କାମ କରିବା ସହ ସମୟ ବାହାର କରି  ଏଭଳି ଦୁଃସାହସିକ କାର୍ଯ୍ୟ କରିପାରୁଥିବାରୁ ସବୁଆଡୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ମୋନାଲିସାଙ୍କ ଏଭଳି କାମରେ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀମାନେ ଖୁସି ହେବା ସହ ଗର୍ବ ଅନୁଭବ କରୁଛନ୍ତି ।  ମୋନାଲିସା  ଆଗକୁ  ଆହୁରି ଉନ୍ନତି କରନ୍ତୁ ବୋଲି ପରିବାର ଓ ଗ୍ରାମବାସୀମାନେ କାମନା କରିଛନ୍ତି।

ବହୁମାନେ ଓଢଣା ତଳେ ରହିବାର କଟକଣା ଥିବାବେଳେ ମୋନାଲିସା ସ୍ଵାମୀ ଓ ଶାଶୁ ଶଶୁରଙ୍କ ସହାୟତାରେ ସାହସର ପାଦ ଆଗକୁ ବଢାଇଛନ୍ତି । ୟୁଟ୍ୟୁବରୁ ମାସକୁ ଦେଢ ଲକ୍ଷ ରୋଜଗାର କରି  ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିଛନ୍ତି। ଖାଲି ସେତିକି ନୁହେଁ ଜଣେ ମହିଳା ଭାବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ପାରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ