Before Header

ଭୂମିହୀନଙ୍କୁ ଜମି ପଟ୍ଟା ବାଣ୍ଟିଲେ ମୋଦି

0 24

ଆସାମ(ବଡ଼ ଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର ସିଭାସାଗର ଗସ୍ତ କରିଛନ୍ତି । ସେଠାରେ ସେ ୧ଲକ୍ଷ ୬ ହଜାର ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ସେଠାରେ ସେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ କହିଛନ୍ତି ପୃଥିବୀ ହେଉଛି ଆମର ମା’ ସମାନ । ବିରୋଧିଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ପୂର୍ବରୁ ଥିବା ସରକାର ଭୂମିହୀନଙ୍କୁ ଜମି ଦେବା କଥା କେବେ ଭାବି ନ ଥିଲେ ବା ଏଥିରେ ତାଙ୍କର କୌଣସି ଆଗ୍ରହ ନ ଥିଲା । ଏବେ ବିଜେପି ସରକାର ପ୍ରଥମେ ସାଢେ ୨ଲକ୍ଷ ପରିବାରକୁ ଜମି ପଟ୍ଟା ଦେଇଥିବାବେଳେ ଏବେ ଏଥିରେ ଆଉ ୧ ଲକ୍ଷ ପରିବାର ଯୋଡି ହୋଇଛନ୍ତି । ଏହାପରେ ମୋଦି କୋଲକାତା ଗସ୍ତ କରିବେ ଓ ଗୋଟିଏ ମଞ୍ଚରେ ମମତା ଓ ମୋଦି ଏକାଠି ହେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.