Masthead

ସୁନାରେ ତିଆରି ମାସ୍କ

କାନପୁର (ବଡ଼ ଖବର ବ୍ୟୁରୋ) : କରୋନା କାଳରେ କନାରେ ତିଆରି ମାକ୍ସ ସମସ୍ତେ ବ୍ୟବହାର କରନ୍ତି । ସୁନାରେ ତିଆରି ମାକ୍ସ ପୁଣି ଏହାକୁ ବ୍ୟବହାର କଥା କେବେ ଶୁଣିଛନ୍ତି କି? ଏ ହେଉଛନ୍ତି କାନପୁରର ଜଣେ ବାବା । ଗୋଲଡେନ୍ ବାବା । କରୋନାରୁ ରକ୍ଷା ପାଇବା ପାଇଁ ପିନ୍ଧିଛନ୍ତି ୫ ଲକ୍ଷ ଟଙ୍କାର ସୁନାରେ ତିଆରି ମାକ୍ସ । ଗୋଲଡେନ୍ ବାବାଙ୍କ ଏହି ସୁନା ମାକ୍ସର ଓଜନ ୧୦୧ ଗ୍ରାମ ୫ ମିଲିଗ୍ରାମ୍ । କରୋନାରୁ ରକ୍ଷା ପାଇବା ପାଇଁ ବାବା ଏହି ସୁନାମାକ୍ସ ପିନ୍ଧିଛନ୍ତି ।

ବାବା କାନପୁରର କାକଦେବ ଅଞ୍ଚଳର ବାସିନ୍ଦା। ତାଙ୍କର ପ୍ରକୃତ ନାମ ମନୋଜ ସେଙ୍ଗର । ତାଙ୍କର ଛଦ୍ମନାମ ମନୋଜାନନ୍ଦ ମହାରାଜ । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁଗୁଲ୍ ଗୋଲେଡନ୍ ବାବା ବୋଲି ମଧ୍ୟ ଜାଣନ୍ତି । ବାବା ଦାବି କରିଛନ୍ତି, ସେ ପିନ୍ଧୁଥିବା ସୁନାମାକ୍ସ ଟ୍ରିପଲ୍ ଲେୟାର। ଏହା ତାଙ୍କୁ କରୋନା ଭୂତାଣୁରୁ ରକ୍ଷା କରୁଛି । ବାବା ମଧ୍ୟ ଏହି ମାକ୍ସର ସ୍ୱତନ୍ତ୍ର ନାମ ରଖିଛନ୍ତି । ଶିବ ଗୋଲଡେନ୍ ରକ୍ଷକ କରୋନା ମାକ୍ସ । ବାବା ପୁଣି କହିଛନ୍ତି ଏହି ମାକ୍ସ ତାଙ୍କୁ ତିନିବର୍ଷ ପର୍ୟ୍ୟନ୍ତ କରୋନା ଭୂତାଣୁରୁ ରକ୍ଷା କରିବ । ଏହି ମାକ୍ସ ପିନ୍ଧିବା ପୂର୍ବରୁ ବାବା ଟିକାର ଦୁଇଡୋଜ୍ ନେଇସାରିଥିଲେ । ପୂଜାପାଠ କରି ଗ୍ରହ ନକ୍ଷେତ୍ର ଦେଖି ବାବା ସୁନାମାକ୍ସ ବ୍ୟବହାର କରିଛନ୍ତି । ବାବା ମନୋଜ ସୁନା ପିନ୍ଧିବାକୁ ବହୁତ ଭଲ ପାଆନ୍ତି । ସେ ବେକରେ ୨ କିଲୋଗ୍ରାମ ଓଜନର ସୁନା ପିନ୍ଧିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା