ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ

ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ବଢ଼ି ଚାଲୁଛି ନାରୀ ନିର୍ଯ୍ୟାତନା । କେଉଁଠି ହସ୍ପିଟାଲରେ ତ କେଉଁଠି କଲେଜ କ୍ୟାମ୍ପସ ଭିତରେ ତ ପୁଣି କେଉଁଠି ଆମ୍ବୁଲାନ୍ସ ଭିତରେ । ନାରୀ ଜାତି ଏବେ ଭୟରେ । କେଉଁଠି ନାରୀ ସୁରକ୍ଷିତ ? ନାରୀ ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ ? ପ୍ରତିଦିନ ଏଭଳି ବହୁ ଅଭିଯୋଗ ଆସୁଛି । କେଉଁଠି ନାରୀଙ୍କୁ ଗଣଦୁଷ୍କର୍ମ ତ ପୁଣି କେଉଁଠି ନାରୀଙ୍କୁ ଅସଦାଚରଣ । ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ବିହାରରେ । ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।

ସୂଚନା ଅନୁସାରେ ଜୁଲାଇ ୨୪ ବିହାରର ବୋଧଗୟାରେ ଯୁବତୀ ଜଣଙ୍କ ହୋମଗାର୍ଡ଼ ଶାରୀରିକ ଦୌଡ଼ ସମୟରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଚେତାସୂନ୍ୟ ହୋଇଯିବାରୁ ଯୁବତୀ ଜଣଙ୍କୁ ତୁରନ୍ତ ଆମ୍ବୁଲାନ୍ସକୁ ନିଆଯାଇଥିଲା । ହସ୍ପିଟାଲକୁ ନିଆଯାଉଥିବା ସମୟରେ ଅଚେତ ହୋଇଯାଇଥିବା ମହିଳାଜଣଙ୍କ ଆମ୍ବୁଲାନ୍ସ ଭିତରେ ଡ଼୍ରଇଭର ଏବଂ ଟେକ୍ନିସିଆନ୍ ଦ୍ୱାରା ଦୁଷ୍କର୍ମର ସିକାର ହୋଇଛନ୍ତି । ପୀଡ଼ିତା ଜଣଙ୍କ ଅଭିଯୋଗ କରିଥିଲେ ଯେ ହସ୍ପିଟାଲ ଯାଉଥିବା ସମୟରେ ଡ଼୍ରାଇଭର ଏବଂ ତାଙ୍କର ସହକର୍ମୀ ଯୌନ ନିର୍ଯ୍ୟାତନା ଦେଇଥିଲେ । ଅଭିଯୋଗ ଦାଖଲ ପରେ ଗୟା ଏସଏସପି ସିଟି ପୋଲିସ ସୁପରିଣ୍ଟେଣ୍ଡଙ୍କ ଏବଂ ବୋଧଗୟାର ସବ-ଡ଼ିଭିଜନାଲ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଥିଲା । ଏଥିସହ ପୀଡ଼ିତା ଜଣଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପାଠାଯିବା ସହ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲେ । ତଦନ୍ତପରେ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!