ପରମାଣୁ ଧମକ ଦେଲେ ଦିମିତ୍ରି ମେଦବେଦବ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଏବେବି ଋଷିଆ-ୟୁକ୍ରେନରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ଆହୁରି ଲମ୍ବା ଚାଲିବ । ଗୋଟେ ପଟେ ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ବିଶ୍ୱସ୍ତରରେ ଅପିଲ କରାଯାଉଛି । କିନ୍ତୁ ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆହୁରି ୪ ଲକ୍ଷ ସୈନ୍ୟଙ୍କୁ ନିୟୋଜିତ କରିବାକୁ ଯାଉଛନ୍ତି । ଏମାନଙ୍କୁ କଣ୍ଟ୍ରାକଚୁଆଲ ନିଯୁକ୍ତି ଦେବାକୁ ଋଷ ଯୋଜନା କରିଛି । ତେବେ ଏଭଳି ଏକ ରିପୋର୍ଟ ଆସିବା ପରେ ବିଶ୍ୱସ୍ତରରେ ଚିନ୍ତା ବଢି ଯାଇଛି । ସେପଟେ ଯୁଦ୍ଧକୁ ୧ ବର୍ଷରୁ ଅଧିକ ସମୟ ହେଲାଣି । କିନ୍ତୁ ଆଲୋଚନା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରୁନାହିଁ ।

ଅନ୍ୟପକ୍ଷରେ ଋଷ ନିଜ ଜିଦରେ ଅଟଳ ରହିଛିା ଏବଂ ୟୁକ୍ରେନର ଅନେକ ସହର ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି । ଋଷ ସେନାର ଘନଘନ ଆକ୍ରମଣ, ମିସାଇଲ ମାଡ଼ ଫଳରେ ସମଗ୍ର ୟୁକ୍ରେନ ଧୂଳିସାତ ହୋଇଯାଇଛି । ତଥାପି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନାଟୋ ସଦସ୍ୟତା ହାସଲ ଜିଦରୁ ଓହରିନାହାନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦଭ ପରମାଣୁ ଧମକ ଦେଇଥିବା ସୂଚନା ଦେଇଛନ୍ତି । ଦିମିତ୍ର କହିଛନ୍ତି, ଯଦି ୟୁକ୍ରେନ ପକ୍ଷରୁ କ୍ରମିୟାକୁ କବଜା କରିାବାକୁ ଚେଷ୍ଟା କରାଗଲା, ତେବେ ପରମାଣୁ ଆକ୍ରମଣ ଜରିଆରେ ଏହାର ଜବାବ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ