Masthead

ଟିକାକୁ ନେଇ ଆଶ୍ୱସ୍ତିର ଖବର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅନେକ ଦେଶରେ ଟିକାର ଘୋର ଅଭାବ ରହିଛି । ଗଣଟିକାକରଣ ଚାଲୁଥିବାରୁ ଆବଶ୍ୟକ ପରିମାଣର ଟିକା ଯୋଗାଇ ହେଉନି । ଟିକାର ଗୋଟିଏ ଡୋଜ ନେଇ ସାରି ଅନେକ ଲୋକ ଦ୍ୱିତୀୟ ଡୋଜକୁ ଅପେକ୍ଷା କରି ରହିଛନ୍ତି । ଆଉ ଏହି ସମସ୍ୟା ଦୂର କରିବା ପାଇଁ ଟିକାର ଦୁଇଟି ଡୋଜର ମାତ୍ରା ମଧ୍ୟରେ ବ୍ୟବଧାନକୁ ମଧ୍ୟ ବଢ଼ାଇ ଚାଲିଛନ୍ତି । ଯେଉଁ କାରଣରୁ ସରକାରଙ୍କୁ ଦୃଢ଼ ସମାଲୋଚନାର ମଧ୍ୟ ସାମ୍ନା କରିବାକୁ ପଡ଼ୁଛି । ତେବେ ବର୍ତ୍ତମାନ ବିଜ୍ଞାନ ସମ୍ବନ୍ଧୀୟ ଏକ ତଥ୍ୟ ସାମ୍ନାକୁ ଆସିଛି ଯାହାକି ସରକାରଙ୍କୁ ସମାଲୋଚନାରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ବିଶେଷଜ୍ଞ କହିଲେଣି, ଟିକାର ଦୁଇଟି ଡୋଜର ବ୍ୟବଧାନ ବଢ଼ିବା ଦ୍ୱାରା ଶରୀରରେ ୩ଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି ।

ଅର୍ଥାତ ବିଳମ୍ବରେ ଦ୍ୱିତୀୟ ଡୋଜ ନେବା ଦ୍ୱାରା ହିଁ ଭୂତାଣୁ ବିରୋଧରେ ଲଢ଼ିବାକୁ ଶରୀରରେ ବିପୁଳ ଆଣ୍ଟିବଡି ବିକଶିତ ହୋଇପାରୁଛି । ପ୍ରଥମ ଡୋଜ ଟିକା ନେବା ପରେ ଦ୍ୱିତୀୟ ଡୋଜ ଟିକା ନେବାକୁ ଦିଆଯାଇଥିବା ସମୟସୀମା ବଢ଼ାଇବାରୁ ୩୦୦ପ୍ରତିଶତ ଯାଏ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇ ପାରୁଛି । ଏହି ତଥ୍ୟ ଜନସ ହପକିନସ ସ୍କୁଲ ଅଫ ପବ୍ଲିକ ହେଲଥ ଅଧୀନ ସ୍ୱାସ୍ଥ୍ୟ ସୁରକ୍ଷା କେନ୍ଦ୍ରର ଗବେଷଣାରୁ ଜଣାପଡ଼ିଛି । ତେବେ ବର୍ତ୍ତମାନ ଭାରତ ସରକାର ମଧ୍ୟ ଟିକାର ବ୍ୟବଧାନ ୩ରୁ ୪ ସପ୍ତାହରୁ ୬ରୁ ୮ସପ୍ତାହକୁ ବୃଦ୍ଧି କରିଦେଇଛନ୍ତି । ଫଳରେ ଆଗାମୀ ଅଗଷ୍ଟ ମାସ ଶେଷ ସୁଦ୍ଧା ଦେଶରେ ସମସ୍ତ ନାଗରିକ ଟିକାର ପ୍ରଥମ ଡୋଜ ନେଇପାରିବେ ବୋଲି ଆଶା ରଖିଛନ୍ତି ସରକାର । ତେବେ ଏହି ଗବେଷଣା ଅନୁଯାୟୀ, ଟିକାର ପ୍ରଥମ ଡୋଜ ନେବା ପରେ ହିଁ ଶରୀରରେ ଭୂତାଣୁ ବିରୋଧରେ ଆଣ୍ଟିବଡି ବିକଶିତ ହେବା ଆରମ୍ଭ ହୁଏ । ଡୋଜର ପ୍ରତିକ୍ରିୟା ପରିପକ୍ୱ ହେବାକୁ ଯେତେ ଅଧିକ ସମୟ ଲାଗିବ, ଦ୍ୱିତୀୟ ଡୋଜର ପ୍ରତିକ୍ରିୟା ସେତେ କ୍ଷିପ୍ର ହୋଇପାରିବ । ଏହା ସବୁପ୍ରକାର ଟିକା ପାଇଁ ପ୍ରଜୁଯ୍ୟ ବୋଲି ବରିଷ୍ଠ ଗବେଷକ ଗିଗି ଗ୍ରୋଭେଲ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ