Before Header

ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ଖୋଲିଲା ଆଉ ୪ ଗେଟ୍

0 55

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଖୋଲିଲା ଆଉ ୪ ଗେଟ୍ । ମୋଟ ୨୬ ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୭.୮୭ଫୁଟ ରହିଛି । ଏବେ ହୀରାକୁଦକୁ ପ୍ରବେଶ କରୁଛି ୪ଲକ୍ଷ ୨ହଜାର ୩୨୬ କ୍ୟୁସେକ ଜଳ, ନିଷ୍କାସିତ ହେଉଛି ୩ଲକ୍ଷ ୮୯ହଜାର ୬୨୧ କ୍ୟୁସେକ ଜଳ । ସେପଟେ ଲଗାଣ ବର୍ଷା ଯୋଗୁଁ ବଢୁଛି ନଦୀ ଜଳସ୍ତର । ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ପଶିଲା ମହାନଦୀ ବନ୍ୟା ପାଣି । ମାଆଙ୍କ ବିଗ୍ରହକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ମା’ ଭଟ୍ଟାରିକାଙ୍କର ପୂଜାର୍ଚ୍ଚନା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରର ଲାଗିଥିବା ସମସ୍ତ କବାଟ ଖୋଲି ଦିଆଯାଇଛି ।

Leave A Reply

Your email address will not be published.